ଅର୍ପଣ ରଥର ନୂଆପଡା ବ୍ଲକରେ ସରିଲା ସମ୍ପୂର୍ଣ ପରିଭ୍ରମଣ
ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା ସଦର ବ୍ଲକ ବିରୋମାଲ, ଟାନୱାଟ ଓ ପରକୋଡ଼ ପଂଚାୟତରେ ଅର୍ପଣ ରଥକୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି। ଆସନ୍ତା ଜାନୁଆରୀ ୧୭ ତାରିଖରେ ପୁରୀ ଠାରେ ହେବାକୁ ଥିବା ଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପରେ ସମସ୍ତ ଗାଁର ପ୍ରତେକ ଘରୁ ଗୋଟିଏ ମୁଠା ଅରୁଆ ଚାଉଳ ଆଉ ଗୋଟିଏ ଗୁଆ ଅଣାଯାଉଛି। ତେବେ ବିରୋମାଲ ପଂଚାୟତର ଭାଲୁକୋନା, ଦରରିପଡା, ନୂଆଡ଼ିହି, ସରେଇପଡା ଓ ଟେଟେଙ୍ଗପଡା ଗାଁଠାରେ ଏବଂ ଟାନୱାଟ ପଂଚାୟତର ଝିଲମିଲା, ରତିପାଲି, ଦିଆନମୁଣ୍ଡା, ଟାନୱାଟ, ଖୋକସା, ଲୁକୁପାଲି, ଗୋବରା ଓ ଧମାନପୁରୀ ଗାଁ ଠାରେ ଏହି ରଥ ପରିଭ୍ରମଣ କରିଥିଲା | ସେହିପରି ପରକୋଡ଼ ପଂଚାୟତର କୁକୁରିମୁଣ୍ଡି, ସେମେରିଆ, ଭୁଷଡି ଓ ପରକୋଡ଼ ଗାଁ ଠାରେ ଏହି ରଥ ପରିଭ୍ରମଣ କରିଥିଲା। ପରିକ୍ରମା ସମୟରେ ଢୋଲ କୀର୍ତନ ଓ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନାମରେ ଗାଁ ଉତ୍ସବମୁଖର ହୋଇଯାଇଥିଲା। ଗ୍ରାମବାସୀ ଏହି ରଥକୁ ବିପୁଳ ଭାବେ ଭକ୍ତି ସହକାରେ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଇଥିଲେ। ନିଜ ନିଜ ଘର ସମ୍ମୁଖରେ ଛୋଟି କରି କଳସରେ ନଡ଼ିଆ ରଖି ସ୍ଥାପନ କରି ପୂଜାର୍ଚନା କରିଥିଲେ। ବିରୋମାଲ ସରପଞ୍ଚ ମୀରା ଚନ୍ଦ୍ରକାରଙ୍କ ଅଧକ୍ଷତାରେ ଆୟୋଜିତ ଏହି ଉତ୍ସବରେ ଶତାଧିକ ଗ୍ରାମବାସୀ ଯୋଗଦାନ କରିଥିବାବେଳେ ସମ୍ମାନିତ ଅତିଥି ଭାବେ ନୂଆପଡା ପଂଚାୟତ ସମିତି ଅଧକ୍ଷା ତାରେଶ୍ବରୀ ସାହୁ, ସମିତି ସଭ୍ୟା ଗାୟତ୍ରୀ ମାଝୀ, ପିଇଓ ସନ୍ତୋଷ ରାଉତ, ନାଏକ ସରପଞ୍ଚ ଟେସରାମ ରାଉତ, ଜି ଆଇ ଏସ ମୁରଲୀ ପଟ୍ଟନାୟକ, ୱାର୍ଡ ମେମ୍ବର ସେବକରାମ ଧରୁଆ,ଗୋପାଳ ମାଝୀ, ହେମନାଥ ହରିଜନ, ଲିଖନ ସତନାମୀ, ଗୋଦାବରୀ ବାଗ, ଫୁଲ ବାଇ ବରିହା, ୟୋଗେଶ ପଟେଲ, ଯୋଗାଣ ସହାୟକ ହୃଦୟାନନ୍ଦ ମାଝୀ, କେଶରବାଇ ମାଝୀ, ପ୍ୟାରୀ ମାଝୀ, ମନୋଜ ମାଝୀ ଓ ଭେଲ ସିଂ ମାଝୀ ପ୍ରମୁଖ ବିଶେଷ ଭାବେ ସହଯୋଗ କରିଥିଲେ।
ଏହା ସହିତ ଟାନୱାଟ ସରପଞ୍ଚ ଜୟରାମ ସତାନାମୀଙ୍କ ଅଧକ୍ଷତାରେ ଆୟୋଜିତ ଏହି ଉତ୍ସବରେ ଶତାଧିକ ଗ୍ରାମବାସୀ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ନୂଆପଡା ପଂଚାୟତ ସମିତି ଅଧକ୍ଷା ତାରେଶ୍ବରୀ ସାହୁ, ସମିତି ସଭ୍ୟା ରେଖା ଜାଲ, ପିଇଓ ପବିତ୍ର ମୋହନ ସାହୁ, ନାଏକ ସରପଞ୍ଚ ଲଳିତା ଶବର, ୱାର୍ଡ ମେମ୍ବର ଛବି ଶବର, ଗୁରୁବାରୁ ବିଶ୍ୱାଳ, ଉର୍ମିଳା ସାହୁ, ଅଶୋକ ଶବର, କରନ ମାଝୀ, ଲୋମତି ମାଝୀ, ହେମ ରାଉତ, ଦେଓ ପ୍ରସାଦ ସାହୁ, ଦେଓ ସିଂ ବିଶ୍ୱାଳ, ମନୋଜ ଦାଶ, ଅନ୍ତରାମ ଶବର, ବିହାରୀ ଲାଲ ବିଶ୍ୱାଳ, ଧନନୁ ମହାରାଜ, ଛାମୁକା ମଲ୍ଲିକ, ନିରୁପମା ସାହୁ ଓ ମନୋହର ସାହୁ, ଉପାଞ୍ଜଳି ଦାସ, ମମତା ସାହୁ, ହୃଦା ରାଉତ, ବିମଳା ଘିବେଲା, ଶାନ୍ତି ପଟେଲ ପ୍ରମୁଖ ବିଶେଷ ଭାବେ ସହଯୋଗ କରିଥିଲେ।
ସେହିପରି ଭାବେ ପରକୋଡ଼ ସରପଞ୍ଚ ଦେବେନ୍ଦ୍ର ଦେୱାଙ୍ଗନଙ୍କ ଅଧକ୍ଷତାରେ ଆୟୋଜିତ ଏହି ଉତ୍ସରେ ସମସ୍ତ ଗ୍ରାମବାସୀ ଅଂଶଗ୍ରହଣ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ନୂଆପଡା ପଂଚାୟତ ସମିତି ଅଧକ୍ଷା ତାରେଶ୍ବରୀ ସାହୁ, ସମିତିସଭ୍ୟା ତୁଳସୀବାଇ ସାହୁ ପିଇଓ ବାଲକ ରାମ ମାଝୀ , ୱାର୍ଡ ମେମ୍ବର ଅଞ୍ଜଳୀ ଦେୱାଙ୍ଗନ, ସଂଗୀତ ଦେୱାଙ୍ଗନ, ତମନ୍ନା ବାନୁ, ମିନା ଦେୱାଙ୍ଗନ, କୀର୍ତ୍ତି ପାଣ୍ଡେ, ମୋହନ ବାଗ, ଲକ୍ଷେ ଚନ୍ଦ, ଗେନ୍ଦ ମାଝୀ, କନ୍ୟାକୁମାରୀ ବାଗ, କୁନାରାମ ମାଝୀ, ସଲିମ ଖାନ, ସାଲିକ ଚନ୍ଦ୍ରକାର, ମୋଇନ ଖାନ, ପ୍ରମୋଦ ସାହୁ ବିଶେଷ ଭାବେ ସହଯୋଗ କରି ଉପସ୍ଥିତ ରହିଥିଲେ।