ଯୁବ କଂଗ୍ରେସ ପକ୍ଷରୁ ଜିଲ୍ଲା ସ୍ତରୀୟ ମିନି ମାରାଥନ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା କୋମନା ଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ଯ ସ୍ବାମୀ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ଯୁବ କଂଗ୍ରେସ ପକ୍ଷରୁ ୯ମ ତମ ଜିଲ୍ଲା ସ୍ତରୀୟ ମିନି ମାରାଥନ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତା ଦୀର୍ଘ ୮ କି.ମି ଉଦ୍ୟାନବନ୍ଧ ଆମ୍ବେଦକର ଛକରୁ ଆରମ୍ଭ ହୋଇ କୋମନା ବସ ଷ୍ଟାଣ୍ଡ ପର୍ଯ୍ୟନ୍ତ ହୋଇଥିଲା। ମାରାଥନ ପ୍ରତିଯୋଗିତାରେ ୧୦୦ ରୁ ଉର୍ଦ୍ଧ୍ବ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ରାଜ୍ୟ ଯୁବ କଂଗ୍ରେସ ସମ୍ପାଦକ ଶାହରୁଖ୍ ଖାନଙ୍କ ନେତୃତ୍ଵରେ ଅନୁଷ୍ଠିତ ଏହି ଜିଲ୍ଲା ସ୍ତରୀୟ ମିନି ମାରାଥନ କାର୍ଯ୍ୟକ୍ରମକୁ ଜିଲ୍ଲା କଂଗ୍ରେସ ସଭାପତି  ସୁରେଶ କୁମାର ଆଜାଦ ଯୋଗଦେଇ ଶୁଭାରମ୍ଭ କରିଥିଲେ। ତେବେ ଏହି ପ୍ରତିଯୋଗିତାରେ ବଲାଙ୍ଗିର ଜିଲ୍ଲାର ଡ଼ୋଲାମଣୀ ଚିରଗୁନ ପ୍ରଥମ, କଳାହାଣ୍ଡିର ନିରିନ୍ଦ ଗହୀର ଦ୍ଵିତୀୟ, ସୋନପୁର ଜିଲ୍ଲାର ଦୟାନିଧି ମୁଣ୍ଡା ତୃତୀୟ ଏବଂ ମହିଳା ବିଭାଗରେ ଦ୍ରୌପଦୀ ଛତ୍ରିଆ ପ୍ରଥମ, କେଶଳତା ପାଣ୍ଡେ ଦ୍ଵିତୀୟ, ଶିଳାନ୍ତି ସୁନା ତୃତୀୟ ସ୍ଥାନ ଅଧିକାର କରିଥିଲେ। ମାରାଥନ ପ୍ରତିଯୋଗିତାର ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଜିଲ୍ଲାପରିଷଦ ସଭ୍ୟ ଭରତ ରାଉତ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ଅମିତ କୁମାର ଅହିର, କୋମନା ବ୍ଲକ ପୂର୍ବତନ କଂଗ୍ରେସ ସଭାପତି କୈଳାଶ ଚନ୍ଦ୍ର ବାଗ, ବିଧାନସଭା ଯୁବ କଂଗ୍ରେସ ଉପ ସଭାପତି ନରେନ୍ଦ୍ର ନାଗ, ବିରାଟ ତାଣ୍ଡି, ଛାତ୍ର କଂଗ୍ରେସ ଉପସଭାପତି ରାହୁଲ ଜାଲ, ପଲସାଗୁଡା ପାର୍ଷଦ ବିମଲ ସାହୁ, ଦେବା ଦୀକ୍ଷିତ, ସୋନୁ ପଟେଲ, ଏମଡି ଇରସାଦ, ଉମା ବନଛୋର ପ୍ରମୁଖ ଯୋଗଦାନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.