ଓଡ଼ିଆ ବାର୍ତ୍ତା/ ବଙ୍ଗୋମୁଣ୍ଡା: ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଳକର ଅଗ୍ରଣି ଅନୁଷ୍ଠାନ କପିଳେଶ୍ଵର ଯୁବକ ସଂଘ ଯୁରାବନ୍ଧ ଠାରେ ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ସଂଘର ସଂପାଦକ ଲିଙ୍ଗରାଜ ପୋଡ ଦିପ ପ୍ରଜ୍ବଳନ କରି ସ୍ବାମୀ ବିବେକାନନ୍ଦଙ୍କ ଜୀବନି ଉପରେ ଆଲୋକପାତ କରିଥିଲେ ଓ ଯୁବକ ମାନଙ୍କ ଏକତ୍ରୀତ ହୋଇ ସମାଜର ଉନ୍ନତି ମୂଳକ କାର୍ଯ୍ୟକ୍ରମରେ ସାମିଲ ହେବାପାଇ ଆହ୍ବାନ ଦେଇଥିଲେ । ସଂଘର ସଦସ୍ଯ ମାନଙ୍କ ମଧ୍ଯରେ ବକୃତା ପ୍ରତିଯୋଗିତା ହୋଇଥିଲା । ସଂଘର ଉପ ସଭାପତି ଲୋକେଶ୍ୱର ପୋଡ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକାରି ସଭାପତି ମୋହନ ବାଗ, ଡିଲେଶ୍ବର ପୋଢ, ସୁରୁ ପୋଡ, ସୋନୁ ଛତ୍ରିଆ, ଲୋକେଶ୍ୱର ବଛା, ରାଚ ବଛା, ପ୍ରସନ୍ନ ଛତ୍ରିଆ, ରୁଦ୍ର ବାଗ, ସେନାପତି ପୋଡ ଓ ସମସ୍ତ ସଦସ୍ଯ ମାନେ ଉପସ୍ଥିତ ଥିଲେ ।