ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସରକାରୀ ବୃତ୍ତି ର ଫଳାଫଳ ପ୍ରକାଶ ପାଇ ସାରିଥିବା ବେଳେ ନର୍ଲା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଛାତ୍ର ସାଇ ଆଶିଷ ପାତ୍ର ନର୍ଲା ବ୍ଳକ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ସେ ତୃତୀୟ ଶ୍ରେଣୀରେ ଏହି ବୃତ୍ତି ପାଇଥିବା ଜଣାପଡିଛି। ସାଇ ଏହାର ଏହାର ଶ୍ରେୟ ବାପା ମାଆ ଓ ବିଦ୍ୟାଳୟର ଗୁରୁଜୀ ଗୁରୁମାଙ୍କୁ ଦେଇଛନ୍ତି। ବାପା ହିମାଂଶୁ ପାତ୍ର ଓ ମାତା ଶିଲା ପ୍ରହରାଜ ପୁଅର କୃତିତ୍ୱରେ ବେଶ ଖୁସି ବ୍ୟକ୍ତ କରିଛନ୍ତି । ପୁଅ ସାଇ ର ସଫଳତା ପଛରେ ମା ଶିଲାଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିବା କଥା ପ୍ରକାଶ କରିଛନ୍ତି ସାଇ ର ବାପା ହିମାଂଶୁ ପାତ୍ର। ସରକାରୀ ବୃତ୍ତି ପରୀକ୍ଷା ଫଳାଫଳ ପ୍ରକାଶ ପାଇଥିବା ବେଳେ ନର୍ଲା ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରଛାତ୍ରୀମାନେ କୃତିତ୍ୱ ହାସଲ କରି ବୃତ୍ତି ପାଇବାରେ ସଫଳ ହୋଇଥିବା ଜଣାପଡିଛି।