ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଦୁଇ ବାଇକ ମୁହାଁମୁହିଁ, ୪ ଗୁରୁତର

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଥାନା ଦର୍ଲିପଡା ବଜାର ପଡ଼ିଆ ନିକଟରେ ରବିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁଇ ବାଇକ୍ ମଧ୍ୟରେ ମୁହାଁମୁହଁ ଧକ୍କା ହେବା ଫଳରେ ୪ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଗୁରୁତରମାନେ ହେଲେ ସାନପୋଡାଗୁଡା ଗ୍ରାମର କେଶବ ପୁଝାରୀ (୩୮), ଦାବ୍ରିଗୁଡାର ଗାଁର ଥବିର ନାଏକ (୨୦), ଆମପାଣିର କୀର୍ତ୍ତନ ନାଏକ (୨୨) ଓ ଦର୍ଲିପଡାର କେଶବ ମାଝୀ (୨୮)। ଗୋଟିଏ ବାଇକରେ ତିନ ଜଣ ରହିଥିବାବେଳେ ଅନ୍ୟ ଏକ ବାଇକରେ ଦର୍ଲିପଡାର କେଶବ ମାଝୀ ରହିଥିଲେ। ଦୁର୍ଘଟଣା ଫଳରେ ଉଭୟ ବାଇକରେ ଥିବା ସମସ୍ତ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରିବା ପରେ ଦୁଇଟି ଆମ୍ବୁଲାନ୍ସ ଯୋଗେ କୋକସରା ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ। ପ୍ରାଥମିକ ଚିକିତ୍ସା ପରେ ଦର୍ଲିପଡାର କେଶବ ମାଝୀଙ୍କୁ ଭବାନୀପାଟଣା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଡାକ୍ତର ସ୍ଥାନାନ୍ତର କରିଥିବା ଜଣାପଡିଛି। ଅନ୍ୟ ୩ ଜଣ ଗୁରୁତର କୋକସରା ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.