ଚ଼େତନା ଅନୁଷ୍ଠାନ ଠାରେ ରୋଟାରୀ କ୍ଲବ ଭୁବନେଶ୍ବର ୟୁନିକ୍ ପକ୍ଷରୁ ମାନସିକ ସ୍ଵାସ୍ଥ୍ୟ ପରାମର୍ଶ କେନ୍ଦ୍ର ଉଦଘାଟିତ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଚ଼େତନା କ୍ୟାମ୍ପସ ଠାରେ ଭୁବନେଶ୍ବର ରୋଟାରୀ ୟୁନିକ୍ କ୍ଲବ ପକ୍ଷରୁ ମାନସିକ ସ୍ଵାସ୍ଥ୍ୟ ପରାମର୍ଶ କେନ୍ଦ୍ର ଉଦଘାଟିତ ହୋଇଯାଇଛି। ରୋଟାରୀଆନ ଶୁଭେନ୍ଦୁ ଦାସ, ଚ଼େତନା ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଭୁବନେଶ୍ବର ରୋଟାରୀ ୟୁନିକର କର୍ମକର୍ତାଙ୍କ ଦ୍ୱାରା ପୁଷ୍ପଗୁଚ୍ଛ ଦେଇ ଅତିଥିମାନଙ୍କୁ ସ୍ବାଗତ କରାଯାଇଥିଲା। ଆରମ୍ଭରେ ରୋଟାରୀ ୟୁନିକ୍ ଥିମ୍ ଗୀତ ବଜାଯାଇଥିଲା |ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଡିଜି ରୋଟାରୀଆନ ଜୟଶ୍ରୀ ମହାନ୍ତି, ସମ୍ମାନିତ ଅତିଥି ଭାବେ ଆରଆଇ ଜିଲ୍ଲାର ପ୍ରଥମ ଭଦ୍ରଲୋକ ରୋଟାରୀଆନ ତନ୍ମୟ ମହାନ୍ତି, ଓଡ଼ିଶା ରାଇଜିଙ୍ଗ ଫାଉଣ୍ଡେସନ ର ସିଇଓ ଶ୍ରୀ ଅକ୍ଷୟ ସାଗର, ରୋଟାରୀ ୟୁନିକ୍ କ୍ଲବ ର ସଭାପତି ରୋଟାରୀଆନ ଶ୍ରୀମତି ଆର୍ଯ୍ୟ ପାଣିଗ୍ରାହୀ ଏବଂ ରୋଟାରୀଆନ ପ୍ରଫେସର ଡ଼ଃ ନାରାୟଣ ଚ଼ନ୍ଦ୍ର ପତି ଉପସ୍ଥିତ ଥିଲେ | ପ୍ରଥମେ ମାନସିକ ସ୍ଵାସ୍ଥ୍ୟ ପରାମର୍ଶ କେନ୍ଦ୍ର ଉଦଘାଟିତ କରିବା ସହ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସଭାକାର୍ଯ୍ୟ ଆରମ୍ଭ କରିଥିଲେ। ଚ଼େତନା ବିଦ୍ୟାଳୟର ସଙ୍ଗୀତ ଶିକ୍ଷୟିତ୍ରୀ ଶ୍ରୀମତୀ ସ୍ମୁତି ତ୍ରିପାଠୀ ଙ୍କ ତତ୍ତ୍ଵାବଧାନରେ ଚେତନା ବିଦ୍ୟାଳୟର କର୍ମଚାରୀ ଏବଂ ଛାତ୍ରଛାତ୍ରୀମାନେ ପ୍ରାରମ୍ଭ/ ଉଦ୍ଘାଟନୀ ସଂଗୀତ ଗାନ କରିଥିଲେ। ସଭାପତି ଶ୍ରୀମତି ଆର୍ଯ୍ୟ ପାଣିଗ୍ରାହୀ ସ୍ବାଗତ ଭାଷଣ ଦେଇଥିଲେ। ମୁଖ୍ୟ ଅତିଥି ଭାବେ ଶ୍ରୀମତୀ ଜୟଶ୍ରୀ ମହାନ୍ତି ଯୋଗ ଦେଇ ମାନସିକ ସ୍ଵାସ୍ଥ୍ୟ ଅବସ୍ଥାକୁ କିଭଳି ଭାବେ ଦୂର କରାଯାଇପାରିବ ତାହା ଉପରେ ସବିଶେଷ ଆଲୋଚ଼ନା କରିଥିଲେ, ସମ୍ମାନିତ ଅତିଥି ଭାବେ ଡ଼ଃ ନାରାୟଣ ଚ଼ନ୍ଦ୍ର ପତି ଯୋଗ ଦେଇ ମାନସିକ ସ୍ଵାସ୍ଥ୍ୟ ପରାମର୍ଶ କେନ୍ଦ୍ରର କାର୍ଯ୍ୟକ୍ରମ ଉପରେ ସବିଶେଷ ବିବରଣୀ ଆଲୋକପାତ କରିଥିଲେ, ଶ୍ରୀ ତନ୍ମୟ ମହାନ୍ତି ଓ ଶ୍ରୀ ଅକ୍ଷୟ ସାଗର ମାନସିକ ସ୍ଵାସ୍ଥ୍ୟ ସମ୍ବନ୍ଧିତ ବିଶେଷ ଆଲୋଚ଼ନା କରିଥିଲେ। ରୋଟାରୀ ୟୁନିକ୍ କ୍ଲବ ପକ୍ଷରୁ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲI। ଏହାପରେ ଜାତୀୟ ସଙ୍ଗୀତ ଗାନ କରାଯିବା ସହ ରୋଟାରୀ କ୍ଲବର ସମ୍ପାଦକ ରୋଟାରୀଆନ ଶ୍ରୀ ଅନନ୍ତ କିଶୋର ଜେନା ଧନ୍ୟବାଦ୍ ଦେଇ ସଭା ଶେଷ କରିଥିଲେ। ସମଗ୍ର କାର୍ଯ୍ୟକ୍ରମକୁ ରୋଟାରିଆନ୍ ଦିବ୍ୟ ରଂଜନ ଦାସ ସଂଯୋଜନା କରିଥିଲେI ପରିଶେଷରେ ଚ଼େତନା କଲେଜର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.