ପୂର୍ବତନ ଜିଲ୍ଲା ବୋର୍ଡ଼ ସ୍କୁଲ ପୁରୁଷୋତ୍ତମପୁରର ୧୨୫ ତମ ବାର୍ଷିକ ଉତ୍ସବ; ଗଣମାଧ୍ୟମ ପ୍ରତିନିଧି ଓ କାଉନସିଲରଙ୍କୁ ଅସମ୍ମାନ!

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ପୂର୍ବତନ ଜିଲ୍ଲା ବୋର୍ଡ଼ ପ୍ରାଇମେରୀ ସ୍କୁଲର ୧୨୫ ତମ ବାର୍ଷିକ ଉତ୍ସବ ସ୍କୁଲର ସଭାପତି ଭଗବାନ ବେହେରା ଓ ବିଦ୍ୟାଳୟର ପ୍ରଧାନଶିକ୍ଷକ ହରପ୍ରସାଦ ଦାଶଙ୍କ ଅଧ୍ୟକ୍ଷତାରେ ସ୍କୁଲ ହତାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, ସାମ୍ନାନୀତ ଅତିଥି ଭାବେ ଏନଏସି ଅଧକ୍ଷା ପ୍ରିୟଙ୍କା ଗୌଡ଼, ପ୍ରାକ୍ତନ ଏନଏସି ଅଧ୍ୟକ୍ଷ ବାସୁଦେବ ମହାପାତ୍ର, ମୁଖ୍ୟ ବକ୍ତା ଭାବେ ବରିଷ୍ଠ ଶିକ୍ଷାବିତ ପ୍ରଫୁଲ କୁମାର ରଥ, ଏନଏସି ଉପାଧକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା, ଆସ୍କା ସାସଂଦ ଏନଏସି ପ୍ରତିନିଧି ପ୍ରେମାନନ୍ଦ ସାହୁ, କାଉନସିଲର ଅଶୋକ କୁମାର ମହାଙ୍କୁଡ, ନଗର ବିଜେଡି ସଭାପତି ପ୍ରଭାତ କୁମାର ପଟ୍ଟନାୟକ, ପୁରୁଷୋତ୍ତମପୁର ଶିକ୍ଷା ଗୋଷ୍ଠୀ ଅଧିକାରୀ କିଶୋର ଚନ୍ଦ୍ର ବେହେରା, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଏ ରାଜଗୋପାଳ ରାଓ, ଅତିରିକ୍ତ ଶିକ୍ଷା ଗୋଷ୍ଠୀ ଅଧିକାରୀ ସିମାଞ୍ଚଳ ରଥ, ରାଜ କିଶୋର ସାହୁ, କନକା ସିଆରସି ହେମନ୍ତ କୁମାର ବେହେରା, ଶିକ୍ଷକ ସନ୍ଧ୍ୟା ରାଣୀ ଷଡ଼ଙ୍ଗୀ, ସବିତା ପାତ୍ର, ରୀନା ଦୀକ୍ଷିତ ଯୋଗ ଦେଇଥିଲେ। ପ୍ରତିଯୋଗିତାରେ କୃତି ଛାତ୍ର ଛାତ୍ରୀମାନଙ୍କୁ ମାନପତ୍ର ଅତିଥି ମାନେ ପ୍ରଦାନ କରିଥିଲେ। ସ୍କୁଲ ପିଲାମାନେ ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ | ସିଆରସିସି ହେମନ୍ତ କୁମାର ବେହେରା ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ପରିଚାଳନା କରିଥିଲେ । ତେବେ କିଛି କାଉନସିଲର ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଏହି ଉତ୍ସବରେ ଅଣଦେଖା କରାଯାଇଥିଲା ।  ବସିବା ପାଇଁ  ଚେୟାର ମଧ୍ୟ ଦେଇନଥିବାରୁ ସେମାନେ ଅସନ୍ତୋଷରେ ଫେରି ଯାଇ ଥିଲେ । ଏହାସହ ଆବଶ୍ୟକୀୟ ଅଭିଭାବକ ଓ ଛାତ୍ର, ଛାତ୍ରୀଙ୍କୁ ଡକାଯାଇ ନଥିବାରୁ କମ ସଂଖ୍ୟକ ଛାତ୍ର, ଛାତ୍ରୀଙ୍କ ସହ ଅଭିଭାବକ ମାନେ ଆସିଥିଲେ | ସଭାସ୍ଥଳର ମଞ୍ଚ ତଳେ ବସିଥିବା ପିଲାମାନେ ଉଚ୍ଚ ତୁଣ୍ଡରେ ପାଟି କରୁଥିବା ଯୋଗୁଁ ଅତିଥିମାନେ ଶିକ୍ଷକ ମାନଙ୍କ ଶିକ୍ଷା କ୍ଷେତ୍ରରେ କେତେଦୂର ପାରଙ୍ଗମ ତାହା ଉପରେ ଚର୍ଚ୍ଚା କରୁଥିବାର ଦେଖା ଯାଇଥିଲ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.