ତାରା ତାରିଣୀ ମହାବିଦ୍ୟାଳୟରେ ଛାତ୍ରୀମାନଙ୍କ ଆତ୍ମ ସୁରକ୍ଷା ତାଲିମ ଶିବିର

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ଏନଏସି ସ୍ଥିତ ତାରାତାରିଣୀ ମହାବିଦ୍ୟାଳୟରେ ଛାତ୍ରୀମାନଙ୍କ ମନରୁ ଭୟ ଦୂର କରିବା ସହିତ କେଉଁଠି, କେତେବେଳେ ଶତ୍ରୁର ମୁକାବିଲା କରିବା ନିମନ୍ତେ ଏବଂ ଶାରୀରିକ ଓ ମାନସିକ ଅଭିବୃଦ୍ଧି ନିମନ୍ତେ ଆଜି କଲେଜର ଅଧକ୍ଷ ଡ଼ ସିମାଞ୍ଚଳ ପଟନାୟକଙ୍କ ଅଧକ୍ଷତାରେ  ଆତ୍ମ ସୁରକ୍ଷା କଳା, କୌଶଳ ତାଲିମ ଶିବିର ଅନୁଷ୍ଠିତ ହୋଇ ଯାଇଛି | ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଲେଜ ପରିଚାଳନା ସଭାପତି ବାସୁଦେବ ମହାପାତ୍ର ଯୋଗଦେଇ ଛାତ୍ରୀମାନଙ୍କ ଆତ୍ମ ସୁରକ୍ଷା ତାଲିମ ନିତାନ୍ତ ଜରୁରୀ ବୋଲି ମତ ଦେଇଥିଲେ |ମଞ୍ଚାସିନ ଅନ୍ୟତମ ଅତିଥି ଅଧ୍ୟାପିକା ସନ୍ଧ୍ୟାରାଣୀ ପାତ୍ର ସେ ଜଣେ ମହିଳା ହିସାବରେ ଓ ନିଜର ଅନୁଭୂତି ଉପରେ ନରୀ ମାନଙ୍କ ଆତ୍ମ ସୁରକ୍ଷାକୁ ସେ ହିଁ ନିଜେ କରି ପାରିଲେ ସମାଜରେ ତାଙ୍କର କାଟତି ରହିବ ବୋଲି ମତ ଦେଇଥିଲେ | କାର୍ଯ୍ୟକ୍ରମର ମାଷ୍ଟର ଟ୍ରେନର ସୁଶ୍ରୀ ସାକମ୍ବରୀ ସାହୁ ଦୀର୍ଘ ୨୦ ଦିନର ଏହି କାର୍ଯ୍ୟକ୍ରମରେ ଛାତ୍ରୀମାନଙ୍କୁ ଆତ୍ମ ସୁରକ୍ଷା ଉପରେ ଶିକ୍ଷାଦେଇ ଛାତ୍ରୀ ମାନଙ୍କ ଆତ୍ମ ବଳ ବଢ଼ାଇବା ସହିତ ସେମାନଙ୍କୁ ଏଭଳି ଶିକ୍ଷା ଦେଇଥିଲେ । ଯାହାଦ୍ୱାରା ଯେ କୌଣସି ପରିସ୍ଥିତିରେ ସେ ଶତ୍ରୁ ପକ୍ଷ ସହ ମୁକାବିଲା କରି ନିଜେ କିପରି ଉଦ୍ଧାର ହୋଇ ପାରିବେ ତା’ ଉପରେ ନୀତିଶିକ୍ଷା ଦେଇ ସେମାନଙ୍କ ଆତ୍ମ ବିଶ୍ୱାସକୁ ବଢ଼ାଇ ଥିଲେ | ପୂର୍ବତନ ଛାତ୍ରୀ ସୁଶ୍ରୀ ମଞ୍ଜୁଲତା ପଣ୍ଡା ମଞ୍ଚରେ ଅତିଥି ଭାବେ ଯୋଗ ଦେଇ ଛାତ୍ରୀ ମାନଙ୍କୁ ବିଭିର୍ଣ୍ଣ କଳା କୌଶଳ ଶିକ୍ଷା ଶିଖାଇ ଥିଲେ | ଏହି କାର୍ଯ୍ୟକ୍ରମ ଅନ୍ୟତମ ଅତିଥି ଭାବେ ପ୍ରାଣୀ ବିଜ୍ଞାନର ମୁଖ୍ୟ ଡ଼ ପ୍ରଦୀପ କୁମାର ସାହୁ, ଅର୍ଥନୀତି ବିଭୀଗୀୟ ମୁଖ୍ୟ ଡ଼ ଶ୍ରୀରାମ ମିଶ୍ର, ଲାଇବ୍ରେରୀ ପରିଚାଳକ କପିଳେଶ୍ୱର ଦାଶ, ପ୍ରାଣୀ ବିଜ୍ଞନର ଅନ୍ୟତମ ଅଧ୍ୟାପକ ସିଦ୍ଧାର୍ଥ ଶଙ୍କର ପଣ୍ଡା, ମଞ୍ଚାସିନ ରହିବା ସହ ଛାତ୍ରୀ ମାନଙ୍କ ଆତ୍ମ ସୁରକ୍ଷା ଉପରେ ବହୁ କିଛି ମତାମତ ଦେଇଥିଲେ | ଏହି କାର୍ଯ୍ୟକ୍ରମକୁ ପ୍ରାଣୀ ବିଜ୍ଞାନର ଆଧ୍ୟାପିକା ନମ୍ରତା ମିଶ୍ର, ଏହି କାର୍ଯ୍ୟକ୍ରମର ସଂଯୋଜନା, ପରିଚାଳନା ଅତିଥି ପରିଚୟ ପ୍ରଦାନ ସହିତ ଧନ୍ୟବାଦ ଅର୍ପଣ କରିଥିଲେ | ଏହି କାର୍ଯ୍ୟକ୍ରମରେ କଲେଜର କିଛି ଶିକ୍ଷକ, ଶିକ୍ଷୟତ୍ରୀଙ୍କ ସହ କର୍ମଚାରି ଉପସ୍ଥିତ ଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.