କମ୍ପୁଟର ଆସିଷ୍ଟାଣ୍ଟ ଆସୋସିଏସନ ଗଞ୍ଜାମ ପକ୍ଷରୁ କୃତଜ୍ଞତା ସଭା 

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ମା ତାରା ତାରିଣୀଙ୍କ ପୀଠରେ କମ୍ପୁଟର ଆସିଷ୍ଟାଣ୍ଡ ଏସୋ ସିଏସନ ତରଫରୁ ରାଜ୍ୟ ସରକାରଙ୍କ ନିମନ୍ତେ ଏକ କୃତଜ୍ଞତା ସଭା ଅନୁଷ୍ଠିତ ହୋଇ ଯାଇଛି | ଉକ୍ତ ସଭାରେ ଉପସ୍ଥିତ ଥିବା ସମସ୍ତ ସଦସ୍ୟ ଏବଂ ସଦସ୍ୟା ମାନଙ୍କ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ, ମାନ୍ୟବର ୫-ଟି ଅଧକ୍ଷ ଶ୍ରୀଯୁକ୍ତ ଭି.କେ ପାଣ୍ଡିଆନ ଏବଂ ମାନ୍ୟବର ରାଜ୍ୟ ସାଂଗଠାନିକ ସମ୍ପାଦକ ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସ(ବବି ଭାଇ) ଙ୍କୁ କୃତଜ୍ଞତା ଜ୍ଞାପନ ପୂର୍ବକ ଅଭିନନ୍ଦନ ଜଣାଯାଇଥିଲା |ରାଜ୍ୟ ସଂଘର ପ୍ରସ୍ତାବ କ୍ରମେ ଗଞ୍ଜାମ ଜିଲ୍ଲାରେ କମ୍ପୁଟର ଆସିଷ୍ଟାଣ୍ଟଙ୍କୁ ନେଇନୂତନ ସଂଘ ଗଠନ ନିମନ୍ତେ ଶ୍ରୀକୃଷ୍ଣ ଚନ୍ଦ୍ର ଦାଶ ପ୍ରସ୍ତାବ ଆଣିଥିଲେ । ଏହି ପ୍ରସ୍ତାବକୁ ଉପସ୍ଥିତ ସମସ୍ତ ସଭ୍ୟଏବଂ ସଭ୍ୟାସହୃଦୟରେ ଗ୍ରହଣ କରିଥିଲେ | ଆଗାମୀ ଦିନରେ ରାଜ୍ୟ ସଂଘ ସହ ଯୋଡ଼ି ହୋଇ ସମସ୍ତ କାର୍ଯ୍ୟକୁ ଆଗେଇ ନେବା ସହ ବିନା ଦ୍ୱିଧାରେ ରାଜ୍ୟସଂଘକୁ ସହଯୋଗ କରିବା ନିମନ୍ତେ ନିଷ୍ପତି ନେଇଥିଲେ।ପରବର୍ତ୍ତୀ ସମୟରେ ସମସ୍ତ ସଭ୍ୟାଏବଂ ସଭ୍ୟଙ୍କ ଦ୍ଵାରା କମ୍ପୁଟର ଆସି ଷ୍ଟାଣ୍ଟ ଆସୋସିଏସନ ଗଞ୍ଜାମ ତରଫ ରୁ ସଭାପତି, କାର୍ଯ୍ୟକାରୀ ସଭାପତି, ଉପ ସଭାପତି , ସାଧାରଣ ସମ୍ପାଦକ ଏବଂ ସହ ସମ୍ପାଦକ ପଦବୀ ଚୟନ କରାଯାଇଥିଲା । ଏଥିରେ ମୋଟ ୧୫ ଜଣ ପାର୍ଥି ନାମାଙ୍କିତ କରିଥିଲେ । ସେଥିରେ ଅପ୍ରତିଦ୍ୱନ୍ଦି ଭାବେ ସଭାପତି ଭାବେ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ସ୍ବାଇଁ ଙ୍କୁ ବିଜୟୀ ଘୋଷଣା କରାଯାଇଥିଲା | କାର୍ଯ୍ୟକାରୀ ସଭାପତି ଗିରିଜା ଆଚାର୍ଯ୍ୟ, ଉପ ସଭାପତି ଶ୍ରୀଯୁକ୍ତ ମଳୟ କୁମାର ଚାନ୍ଦ, ସାଧାରଣ ସମ୍ପାଦକ ଶ୍ରୀକୃଷ୍ଣ ଚନ୍ଦ୍ର ଦାଶ, ସହ ସଂପାଦକ ଶ୍ରୀ ଜଗନ୍ନାଥ ସାହୁ, ନିର୍ବାଚିତ ହୋଇଥିଲେ। ଶ୍ରୀଯୁକ୍ତ ସୁଜିତ୍ କୁମାର ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ । ଏହାକୁ ଶ୍ରୀଯୁକ୍ତ ରାମ ଚନ୍ଦ୍ର ବେହେରା ସମର୍ଥନ ଜଣାଇ ସଭା ସାଙ୍ଗ କରଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.