ବର୍ଣ୍ଣିବୁଢ଼ା କ୍ରିକେଟ: ମହୁଲପଡା ଚାମ୍ପିଅନ 

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ସଇଁତଳା ବ୍ଲକ ଅନ୍ତର୍ଗତ ନାରୀକଟା ଖେଳପଡିଆରେ ଗତ ଫେବୃଆରୀ ୨୭ ତାରିଖରୁ ଚାଲିଥିବା ବର୍ଣ୍ଣିବୁଢା କ୍ରିକେଟ କପ୍ ଉଦଯାପିତ ହୋଇଯାଇଛି । ବର୍ଣ୍ଣିବୁଢା କ୍ରିକେଟ କ୍ଲବ୍ ଆନୁକୁଲ୍ୟରେ ଅନୁଷ୍ଠିତ ଟୁର୍ଣ୍ଣାମେଣ୍ଟରେ ୧୬ ଟି ଟିମ୍ ଭାଗ ନେଇଥିଲେ। ମହୁଲପଡା କ୍ରିକେଟ ଟିମ୍ ଓ ଗୋଏଲଭାଡ଼ି କ୍ରିକେଟ ଟିମ୍ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ୧୫ ଓଭର୍ ବିଶିଷ୍ଟ ମ୍ୟାଚରେ ମହୁଲପଡା କ୍ରିକେଟ ଟିମ୍ ୧୪୩ ରନ ସଂଗ୍ରହ କରିଥିଲେ । ଏହାର ଜବାବରେ ଗୋଏଲଭାଡ଼ି କ୍ରିକେଟ ଟିମ୍ ୮୮ ରନ୍ ରେ ଅଲ ଆଉଟ୍ ହୋଇ ପରାସ୍ତ ହୋଇଥିଲେ। ଏହି ଅବସରରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ବର୍ଣ୍ଣିବୁଢ଼ା କ୍ଲବର ସଭାପତି ଦେବରାଜ ମାଝୀଙ୍କ ସଭାପତିତ୍ୟରେ ମୁଖ୍ୟ ଅତିଥି ଭାବେ ଗଣ୍ଡପତ୍ରାପାଲି ଗ୍ରାମ ପଞ୍ଚାୟତର ସରପଞ୍ଚ ମନେଶ ସୁନା, ସମ୍ମାନିତ ଅତିଥି ଭାବେ ସମିତି ସଭ୍ୟ ଅମ୍ରିତା ଦୀପ ଏବଂ ଗ୍ରାମର ଭଦ୍ର ବ୍ୟକ୍ତି ମାନେ ଯୋଗ ଦେଇ ଖେଳାଳି ମାନଙ୍କୁ ପୁରସ୍କୃତ୍ କରିଥିଲେ । ଖେଳକୁ ଅଜିତ ମାଝୀ ଏବଂ ଅଜୟ ଭୋଇ ପରିଚାଳନା କରିଥିଲେ । ସୁରେନ୍ଦ୍ର ମହାନନ୍ଦ ଏବଂ ବିରେନ୍ଦ୍ର ମୁନା ଧାରା ବିବରଣୀ ପ୍ରଦାନ କରିଥିଲେ । ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ଭୋଇ  ରାଜେନ୍ଦ୍ର ଭୋଇ, ବେଣୁଧର ଭୋଇ, ଦୂର୍ବାସ ଜାନୀ, ରିଙ୍କୁ ଭୋଇ, ଏବଂ ବର୍ଣ୍ଣିବୁଢା କ୍ଲବର ସଦସ୍ୟମାନେ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.