ରାକ୍ସୀ କଦମ ଦୋରୋରୁ ଅଜଣା ବ୍ୟକ୍ତିର ଗଳିତ ଶବ ଉଦ୍ଧାର 

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ଭାନପୁର ଗ୍ରାମ ପଞ୍ଚାୟତର ରାକ୍ସୀ ଗ୍ରାମ ନିକଟସ୍ଥ ସାନ୍ଦୁଲ ନଦୀର “କଦମ ଦୋରୋ” ଠାରେ ଏକ ଅଜଣା ବ୍ୟକ୍ତିର ଶବ ଉଦ୍ଧାର କରିଛି ନର୍ଲା ପୋଲିସ । ଖବରରୁ ଜଣାପଡିଛି ଯେ ସକାଲ ୭ ଘଣ୍ଟା ସମୟରେ ରାକ୍ସୀ ଗ୍ରାମର କିଛି ବ୍ୟକ୍ତି ସକାଳୁ ଶୌଚ ହେବାପାଇଁ ସାନ୍ଦୁଲ ନଦୀ କୁ ଯାଇଥିଲେ । କଦମ ଦୋରୋ ଠାରେ ଏକ ଅଜଣା ବ୍ୟକ୍ତିର ଶବ ଭାସୁଥିବାର ଦେଖି ସ୍ଥାନୀୟ ଯୁବକ ମାନଙ୍କୁ କହିବା ପରେ ଗ୍ରାମର ଯୁବକ ମାନେ ନର୍ଲା ପୋଲିସକୁ ସୂଚନା ଦେଇଥିଲେ । ନର୍ଲା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଶବକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ନିମନ୍ତେ ମ.ରାମପୁର ପଠାଇ ଏହାର ଅଧିକ ତଦନ୍ତ କରୁଥିବା ଜନାପଡିଛି । ନର୍ଲା ପୋଲିସକୁ ଏବିଷୟରେ ପଚାରିବାରୁ ମୃତ ଅଜଣା ବ୍ୟକ୍ତି ଜଣକ କେଉଁଠିକାର ବ୍ୟକ୍ତି ଏହା ଜଣାପଡିନାହିଁ । ଆମର ତଦନ୍ତ ଜାରି ରହିଛି । ଶବ ବ୍ୟବଚ୍ଛେଦ ପରେ ପ୍ରକୃତ ଘଟଣା ଜଣାପଡିବ ବୋଲି ମତବ୍ୟକ୍ତ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.