ବିଜୁ ଜୟନ୍ତୀରେ ବିଜେଡିର ମହିଳା ସମାବେଶ ଓ ରୋଡ ସୋ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା ଖରିଆର ରୋଡ ସହର ସ୍ଥିତ ଗଣପତି ପେଲେସ ଠାରେ ବିଜେଡି ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ୧୦୮ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଏକ ବିଶାଳ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି | ତେବେ ଆଜିର ଏହି କାର୍ଯ୍ୟକ୍ରମରେ ଶତାଧିକ ମହିଳା ସ୍ଥାନୀୟ ଶଙ୍କର ମନ୍ଦିର ଠାରେ ଏକତ୍ରିତ ହୋଇ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଖରିଆର ରୋଡ ସହର ପରିକ୍ରମା କରି ଗଣପତି ପେଲେସକୁ ଯାଇଥିଲେ | ସେଠାରେ ମହିଳା ମାନଙ୍କୁ ନେଇ ଏକ ବିଶାଳ ବୈଠକ ଅନୁଷ୍ଠିତ ହୋଇଥିଲା | ତେବେ ନୂଆପଡା ବିଧାୟକ ପ୍ରତିନିଧି ଜୟ ଢୋଲକିଆଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ମହିଳା ସମାବେଶ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡିଶା ସରକାରଙ୍କ କେବିନେଟ ପାହ୍ୟା ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟା ଉମା ଠାକୁର, ଜିଲ୍ଲା ପରିଷଦ ମୁରଲୀ ଭୋଇ, ନୂଆପଡା ପଂଚାୟତ ସମିତି ଅଧକ୍ଷା ତାରେଶ୍ବରୀ ସାହୁ, ଉପାଧକ୍ଷ ଦିଲୀପ ନିର୍ମଲକର, ବିଜେଡି ସାଧାରଣ ସମ୍ପାଦକ କାଳିଆ ପ୍ରଧାନ, ଉପ ସଭାପତି ଧନୀରାମ ସାହୁ, ଖରିଆର ରୋଡ ନଗର ଉପାଧକ୍ଷ ନିଶାନ୍ତ ଡାଗା, ସମ୍ପାଦକ ରବି ବାଗ, କାଉନସିଲର ମୋହନ ଚେଲକ, ଗୌରୀ ଶଙ୍କର ପଟେଲ, ଯୁବ ନେତା ସନ୍ଦେଶ ଢୋଲକିଆ, ଗୋଲୀ ତିୱାରୀ, ଏହମଦ ଅଲ୍ଲୀ, ସନ୍ଦୀପ ତାଣ୍ଡି, ମୋଵିନ ଖାନ, ମନିଶ ଦେୱାଙ୍ଗନ, ବସନ୍ତ ବାରିକ, ଗଣେଶ ଠାକୁର, ବରିଷ୍ଠ ନେତା ରମେଶ ଅଗ୍ରୱାଲ, ଶେଖର ଜୈନ, ସନ୍ତୋଷ ଅହୀର, ଶ୍ୟାମ କେଶୱାନୀ, ରାଜ କୁମାର ଚୌହାନ, ବାଳକ୍ରୀଷ୍ଣା ରାଓ, ଚମନ ସାହୁ, ସୁରେଶ ଗୁପ୍ତା, ଜୋହାନ ବିଭାର, ଉମେଶ ବାଗ, ମହିଳା ନେତ୍ରୀ ସରସ୍ବତୀ ବାଗ, ରଚନା ଜୈନ, ସନ୍ତୋଷ ଅଗ୍ରୱାଲ, ସିଲୁ ମହାନ୍ତି, ମମତା ଜଗତ, ଉର୍ମିଳା କାଣ୍ଡ, ତୁଳସୀ ତିୱାରୀ, ପମ୍ମି ନାୟକ ପ୍ରମୁଖ ଉପସ୍ଥିତ ରହି ମଂଚାସୀନ ଥିଲେ | ଓଡିଶାର ମହାନ ଜନନାୟକ ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କର ୧୦୮ତମ ଜୟନ୍ତୀରେ ମହିଳା ସମାବେଶ କରିବାର ମୂଳ ଲକ୍ଷ ବିଜୁ ବାବୁ ଓଡିଶାର ସମସ୍ତ ମହିଳାଙ୍କୁ ଆତ୍ମନିର୍ଭରଶୀଳ ଓ ସ୍ୱାବଲମ୍ବୀ କରିବା ପାଇଁ ସ୍ବପ୍ନ ଦେଖିଥିଲେ କିନ୍ତୁ ଅକାଳ ବିୟୋଗ ପରେ ତାଙ୍କର ସୁପୁତ୍ରବର୍ତ୍ତମାନ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ବାପଙ୍କର ସ୍ବପ୍ନକି ମିଶନ ଶକ୍ତି, ସ୍ୱୟଂ ସହାୟକ ଗୋଷ୍ଠୀ, ମହିଳାଙ୍କୁ ବିନା ସୁଧରେ ଋଣ ପ୍ରଦାନ, ସମସ୍ତ କ୍ଷେତ୍ରରେ ଅଗ୍ରାଧିକାର, ଶତକଡା ୫୦ ଭାଗ ସରଂକ୍ଷଣ ପ୍ରଦାନ କରି ମହିଳା ମାନଙ୍କୁ ଶସକ୍ତ କରିଛନ୍ତି | ଯାହାଫଳରେ ମହିଳାମାନେ ନିଜ ଗୋଡ଼ରେ ଠିଆ ହୋଇ ଆଜି ଘରୁ ବାହାରକୁ ଆସି ସମସ୍ତ କ୍ଷେତ୍ରରେ କାର୍ଯ୍ୟ କରିପାରୁଛନ୍ତି | ତେବେ ଏଭଳି ଅଭିଭାଷଣ ରଖି ମନ୍ତ୍ରୀ ଶ୍ରୀ ଢୋଲକିଆ ଉପସ୍ଥିତ ମହିଳା ଜନସମୁଦ୍ରକୁ ସମ୍ବୋଧନ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.