ଅଙ୍ଗନୱାଡ଼ି କର୍ମୀଙ୍କ ଦ୍ବାରା ମହିଳା ଦିବସ ପାଇଁ ସଚେତନତା ରାଲି

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ କୋକସରା ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ବୁଧବାର ମହିଳା ସଚେତନତା ରାଲି ଅନୁଷ୍ଠିତ ହୋଇଛି। ବ୍ଳକର ବିଭିନ୍ନ ସ୍ଥାନରୁ କାର୍ଯ୍ୟରତ ଅଙ୍ଗନବାଡ଼ି କର୍ମୀମାନେ ଏଥିରେ ସାମିଲ ହୋଇ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ନିକଟରୁ ଏକ ଶୋଭାଯାତ୍ରାରେ ବାହାରି କୋକସରା ଥାନା ଛକ ପର୍ଯ୍ୟନ୍ତ ପରିକ୍ରମା କରିଥିଲେ। ବାଲ୍ୟବିବାହ ରୋକିବା, ଭ୍ରୂଣ ହତ୍ୟା, କୁସଂସ୍କାର, ନାରୀ ସଶକ୍ତିକରଣ, ଶିଶୁ ନିର୍ଯାତନା ଆଦି ବିଷୟରେ ସ୍ଳୋଗାନ ଦେଇ ରାସ୍ତାରେ ଯାତାୟାତ କରୁଥିବା ଲୋକଙ୍କୁ ସଚେତନତା ସୃଷ୍ଟି କରିଥିଲେ। ଏହି ରାଲିରେ ଅଙ୍ଗନବାଡ଼ି କର୍ମୀ ଆରତୀ ଧଙ୍ଗଡାମାଝୀ, ପଦ୍ମନୀ ଧରୁଆ, ରଶ୍ମିତା ନାଏକ, ନମିତା ସାହୁ, ଭୂମିସୂତା ମାଝୀ, ତନୁଜା ପାଣିଗ୍ରାହୀ, ମନିଷା ବାଗ, ଅଭିନା ପଟ୍ଟନାୟକ, ମାଲତି ପଟ୍ଟନାୟକ, ଜ୍ୟୋତିର୍ମୟୀ ରଣା ସମେତ ବିଭିନ୍ନ କେନ୍ଦ୍ରରୁ ଅଙ୍ଗନବାଡ଼ି କର୍ମୀମାନେ ସାମିଲ ହୋଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.