କୋକସରାରେ ବିଏସକେୱାଇ ନବୀନ କାର୍ଡ ବିଚରଣ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ବିଏସକେୱାଇ ନବୀନ କାର୍ଡର ଶୁଭାରମ୍ଭ କରିଛନ୍ତି । ଆଜିଠାରୁ ଏହି କାର୍ଡ ବଣ୍ଟନ ଆରମ୍ଭ ହୋଇଥିବା ବେଳେ କୋକସରା ବ୍ଲକ କାର୍ଯ୍ୟାଳୟଠାରେ ମଧ୍ୟ ଏହି କାର୍ଡ଼ ବିଚରଣ କରାଯାଇଛି। ଏଥିରେ ଧର୍ମଗଡ଼ ବିଧାୟକ ମୌଷଧୀ ବାଗ ମୁଖ୍ୟ ଅତିଥି, କାଶୀବାହାଲ ସରପଞ୍ଚ ପୁଷ୍ପାଞ୍ଜଳି ନାଏକ, ସମିତି ସଭ୍ୟ ଗଜାନନ ନିଆଲ, ଯୋଗାଣ ନିରୀକ୍ଷକ ଜଗାରାମ ମୁର୍ମୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବ୍ଳକର ୨୨ଗୋଟି ପଞ୍ଚାୟତର ୪୫୪ଜଣ ହିତାଧିକାରୀଙ୍କୁ ବିଏସକେୱାଇ ନବୀନ କାର୍ଡ ବଣ୍ଟନ କରାଯାଇଥିଲା। କାଶୀବାହାଲ ‘ଘୁମୁରା’ ଦଳ ବିଏସକେୱାଇ କାର୍ଡ଼ ବିଷୟରେ ଉପସ୍ଥିତ ଜନ ସାଧାରଣଙ୍କୁ ଗୀତ ମାଧ୍ୟମରେ ସଚେତନତା ସୃଷ୍ଟି କରିଥିଲେ। ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ଦିପକ କୁମାର ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିଲାବେଳେ ବ୍ଳକ କର୍ମଚାରୀ ମାନେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.