ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା ସଦର ବ୍ଲକ ଗୋଡ଼ଫୁଲା ପଂଚାୟତ କାଲାଭେରା ଗାଁର କଂଗ୍ରେସ କର୍ମୀ ବିଜେଡିରେ ଯୋଗ ଦେଇଛନ୍ତି। କାଲାଭେରା ଗାଁରେ ହେଉଥିବା ରାମାୟଣ କାର୍ଯ୍ୟକ୍ରମରେ ଓଡିଶା ସରକାରଙ୍କ ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଯୋଗଦେଇଥିଲେ। ତେବେ ମନ୍ତ୍ରୀ ଶ୍ରୀ ଢୋଲକିଆଙ୍କ ଆଦର୍ଶରେ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାରେ ଅନୁପ୍ରାଣିତ ହୋଇ ତୃଣମୂଳ ସ୍ତରୀୟ କଂଗ୍ରେସ କର୍ମୀ ବିଜେଡିର ପ୍ରାଥମିକ ସଦସ୍ୟ ଭାବେ ଯୋଗଦାନ କରିଛନ୍ତି। ଗୋଡ଼ଫୁଲା ସମିତି ସଭ୍ୟ ରାଧେଶ୍ୟାମ ବାଗଙ୍କ ଅଧକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗୋଡ଼ଫୁଲା ପଂଚାୟତ ବିଜେଡି ସଭାପତି ଦିଲିପ ସାହୁ, ଯୁବ ବିଜେଡି ନେତା ରବି ବାଗ ପ୍ରମୁଖ ଉପସ୍ଥିତ ଥିଲେ। ଭବନ ମାଝୀ, କୁଞ୍ଜବିହାରୀ ସାହୁ, ନନ୍ଦ କୁମାର ନିଶହଦ, ଝନକ କୁମାର ମାଝୀ, ଟିକେଶ ଦାଶ ଏବଂ ୧୫ରୁ ଉର୍ଦ୍ଧ୍ବ ମାଝୀ ପରିବାର ପ୍ରମୁଖ ମନ୍ତ୍ରୀ ଶ୍ରୀ ଢୋଲକିଆଙ୍କ ଉପସ୍ଥିତରେ ବିଜେଡିରେ ସାମିଲ ହୋଇଥିଲେ।