ବିଦେଶିନୀଙ୍କୁ ଲିଙ୍ଗରାଜ ପୀଠରେ ଅସଦାଚରଣ ମାମଲା: ଅଭିଯୁକ୍ତଙ୍କୁ ୧୮ ମାସ ଜେଲ୍‌ ଦଣ୍ଡାଦେଶ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିରରେ ବିଦେଶିନୀଙ୍କୁ ଅସଦାଚରଣ ମାମଲାରେ ସଜା ଶୁଣାଇଛନ୍ତି  ଜେଏମଏଫସି କୋର୍ଟ। ଫେବୃଆରୀ ୧୯ରେ ବିଦେଶିନୀ ମହିଳା ଜଣକ ଅସଦାଚରଣର ଶିକାର ହୋଇଥିବା ଅଭିଯୋଗ କରିଥିଲେ। ୪ ଦିନ ମଧ୍ୟରେ ଚାର୍ଜସିଟ ଦାଖଲ ହୋଇ ମାତ୍ର ୨୮ ଦିନରେ ଦୋଷୀ ସେବାୟତ କୁଣ୍ଡୁ ମହାପାତ୍ରକୁ ସଜା ଦେଇଛନ୍ତି କୋର୍ଟ। ସୂଚନା ଅନୁସାରେ ୨୦୨୪ ମସିହା ଫେବୃଆରୀ ୧୯ରେ ଲିଙ୍ଗରାଜ ମନ୍ଦିର ଉତ୍ତର ଦ୍ୱାର ବାହାରେ ଐତିହ୍ୟ ବୁଝାଇବା ବାହାନାରେ ବିଦେଶିନୀଙ୍କୁ ଅସଦାଚରଣ କରିଥିଲେ ସେବାୟତ କୁଣ୍ଡୁ ମହାପାତ୍ର। ବିଦେଶିନୀ ଏନେଇ ଲିଙ୍ଗରାଜ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ଆଇପିସିର ଧାରା ୩୫୪, ୩୫୪ ଏ ରେ ମାମଲା ରୁଜୁ କରି ପ୍ରାଥମିକ ତଦନ୍ତ ପରେ ଗିରଫ କରିଥିଲା। ଏହି ମାଲଲାର ଶୁଣାଣି କରି କୋର୍ଟ ଅଭିଯୁକ୍ତ କୁଣ୍ଡୁ ମହାପାତ୍ରଙ୍କୁ ୧୮ ମାସ ଜେଲ୍ ଦଣ୍ଡାଦେଶ ପ୍ରଦାନ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.