ଆଜି ବିଶ୍ୱ ପଖାଳ ଦିବସ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର (ନିଲେଶ କୁମାର ନାଗ): ମାର୍ଚ୍ଚ ୨୦ ତାରିଖ ବିଶ୍ୱ ପଖାଳ ଦିବସ। ପଖାଳ ଆମ ଓଡ଼ିଆଙ୍କ ପ୍ରିୟ ଖାଦ୍ୟ। ଖରା ଦିନ ଆସିଲେ ସଭିଏଁ ଖୋଜିଥାନ୍ତି କଂସାଏ ପଖାଳ। ପଖାଳ ଦିମୁଠା ଓ ତୋରାଣି ଟିକେ ପିଇଦେଇ ଚଷା ପୁଅ ବାହାରିଯାଏ କ୍ଷେତକୁ। ଆମ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରିୟ ହେଉଛି ପଖାଳ। ଶ୍ରୀମନ୍ଦିରରେ ଟଙ୍କ ତୋରାଣୀ ଏହାର ପ୍ରମାଣ। ଖରାଦିନେ ଆମ ଓଡ଼ିଆଙ୍କ ଘରେ ଘରେ ପଖାଳର ଆସର ଜମିଥାଏ। ପଖାଳ ସାଙ୍ଗରେ ଅନେକ ପ୍ରକାର ସ୍ୱଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରାଯାଇ ଏକାଠି ବସି ଖାଇବାର ମଜା ନିଆର। ବିଶେଷ କରି ପଖାଳ ସାଙ୍ଗରେ ବଢିଚୁରା, ଆଳୁ ଭର୍ତ୍ତା, ଶାଗ ଭଜା, ଛୁଇଁ ଭଜା, ଟମାଟୋ ବାଇଗଣ ଚକଟା ଓ ମାଛ ଭଜା ଟିକେ ହେଇଗଲେ ଜମିଥାଏ ପଖାଳ ଖାଇବାର ମଜା। ଆଜିର ଦିନରେ ବଡ ବଡ ତାରକା ହୋଟେଲରେ ମଧ୍ୟ ପଖାଳ ପରସାଯାଉଛି। ପଖାଳ ଖାଲି ପାଟିକୁ ସୁଆଦ ଓ ମନକୁ ଶାନ୍ତି ଦେଇନଥାଏ, ଏହାର ଅନେକ ଉପକାରିତା ରହିଛି। ଆମେ ଯେତେବେଳେ ଭାତ ରାନ୍ଧିଥାଉ ୧୦୦ଗ୍ରାମ ଭାତରେ ୩.୪ ମିଲିଗ୍ରାମ ରହିଥାଏ। ଯଦି ଏଥିରେ ପାଣି ଦେଇ ୧୨ଘଣ୍ଟା ଭିଜାଇ ରଖିବା ତେବେ ସେଥିରେ ଥିବା ଆଇରନ ମାତ୍ରା ୭୩.୯୧ ମିଲିଗ୍ରାମ ହୋଇଥାଏ। ଏହାସହିତ ସୋଡିୟମ୍‌‌ ୩ଶହ ୩ ମିଲିଗ୍ରାମ, ପୋଟାସିୟମ୍‌‌ ୮୪୮ମିଲିଗ୍ରାମ ଏବଂ କ୍ୟାଲସିୟମ ଶରୀରକୁ ମିଳିଥାଏ। ଗରମ ଭାତ ଅପେକ୍ଷା ପଖାଳ ଖାଇଲେ ଶୀଘ୍ର ହଜମ ହୋଇଥାଏ। ଖରାଦିନେ ସମସ୍ତେ ଅଧିକାଂଶ ସମୟ ପଖାଳ ଖାଇବାକୁ ଭଲ ପାଆନ୍ତି। ପଖାଳର ମହତ୍ୱକୁ ପରପିଢିରେ ପହଞ୍ଚାଇବା ଲକ୍ଷ୍ୟରେ ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖକୁ ବିଶ୍ୱ ପଖାଳ ଦିବସ ଭାବେ ପାଳନ କରାଯାଉଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.