ଦଧିବାମନପୁର ଶ୍ରୀ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ବାର୍ଷିକ ଉତ୍ସବ

ଓଡ଼ିଆ ବାର୍ତ୍ତା/ କଟକ: ଦଧିବାମନପୁର ଗ୍ରାମସ୍ଥିତ ଶ୍ରୀ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ପଞ୍ଚଦଶ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମନୋଜ ନାୟକ, ପ୍ରାଧ୍ୟାପକ, ସି.ଭି.ରମଣ ଗ୍ଳୋବାଲ ୟୁନିଭରସିଟି; ମୁଖ୍ୟ ବକ୍ତା ଭାବେ ଅଭିରାମ ଶତପଥି, ଅଧ୍ୟାପକ,ଏସ୍‌.ଭି.ଏମ୍‌ କଲେଜ ତଥା ପ୍ରବଚକ, ଜଗନ୍ନାଥ ସଂସ୍କୃତି; ସମ୍ମାନୀତ ଅତିଥି ଭାବେ ଇଂ. ପ୍ରଦୀପ କୁମାର ବେହେରା, ସଭାପତି, ଅନ୍ତଃରାଷ୍ଟ୍ରୀୟ ମାନବାଧିକାର ଆସୋସିଏସନ୍ ତଥା ରାଷ୍ଟ୍ରୀୟ ଯୁବ ଅଧକ୍ଷ ଅଖିଳ ଭାରତ ବର୍ଷୀୟ ଯାଦବ ମହାସଭା ଏବଂ ଡକ୍ଟର ଜ୍ୟୋର୍ତିମୟ ନାୟକ, ପ୍ରଫେସର ଡିପାଟମେଣ୍ଟ ଅଫ୍ ସର୍ଜରୀ, ଏସ୍‌ସି.ବି ମେଡିକାଲ କଲେଜ ପ୍ରମୁଖ ପ୍ରଥମେ ମା’ ବୀଣାପାଣିଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜଳନ କରି ମଞ୍ଚାସୀନ ହୋଇଥିଲେ। ସମସ୍ତ ଅତିଥି ମାନେ ନିଜର ବକ୍ତବ୍ୟ ରଖିବା ସହିତ ପ୍ରକୃତି ବନ୍ଧୁ ନବକିଶୋର ପଣ୍ଡା, ସମାଜସେବୀ ଲତାରାଣୀ ମିଶ୍ର, ଅଭିମନ୍ୟୁ ଦାସ ଓ ବିଦ୍ୟାଳୟର ସହ ସଂପାଦିକା ସୁମିତା ଦେବତାଙ୍କୁ ସମ୍ମାନିତ କରାଯାଇଥିଲା ।ବିଦ୍ୟାଳୟରେ ବିଭିନ୍ନ କ୍ଷେତ୍ରରେ କୃତିତ୍ଵ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯିବା ସହିତ ତୃପ୍ତି ସଂଚିତା ଆଚାର୍ଯ୍ୟଙ୍କୁ ଉତ୍ତମ ଛାତ୍ର ନିମନ୍ତେ ପୁରସ୍କାର ଦିଆଯାଇଥିଲା। ପରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାସ୍କୃତିକ କାର୍ଯ୍ୟକ୍ରମ ସହ ନାଟକ ମଞ୍ଚସ୍ଥ ହୋଇଥିଲା। ଉତ୍ସବରେ ବିଦ୍ୟାଳୟର ଉପଦେଷ୍ଟା ଶରତ ଚନ୍ଦ୍ର ଦାସ, ସମ୍ପାଦକ ରବିନ୍ଦ୍ର ଦେବତା, ସହ ସଂପାଦିକା ସୁମିତା ଦେବତା, ପ୍ରଧାନ ଆଚାର୍ଯ୍ୟ ବିଶ୍ଵରଞ୍ଜନ ତ୍ରିପାଠୀ, ସତ୍ୟଶିବ ବାରିକ, ସାଂସ୍କୃତିକ ପ୍ରମୁଖ ଅରବିନ୍ଦ ରାଉତ, ବେବି ରଣା ଗୀତଞ୍ଜଳୀ ଆଚାର୍ଯ୍ୟ ଓ ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସ୍ୱଚାରୁ ରୂପେ ପରିଚାଳିତ ହୋଇଥିଲା। କାର୍ଯ୍ୟକ୍ରମ ଶେଷରେ ସମସ୍ତଙ୍କୁ ସମ୍ପାଦକ ରବୀନ୍ଦ୍ର ଦେବତା ଧନ୍ୟବାଦ ପ୍ରଦାନ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.