ଚିକିତ୍ସା ପାଇଁ ଯାଇ ମୃତ୍ୟୁବରଣ କଲେ ଶିକ୍ଷକ : ବଦାନ୍ୟତାର ହାତ ବଢ଼ାଇଲା ନର୍ଲା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଗତ ୭ ତାରିଖ ଦିନ ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ମେଡ଼ିକାଲ କଲେଜକୁ ଚିକିତ୍ସା ପାଇଁ ଯାଇ ମୃତ୍ୟୁବରଣ କରିଥିବା ଶିକ୍ଷକ ସ୍ବର୍ଗତ ବିଜୟ ମାଝୀଙ୍କ ଏକାଦଶାହ ଅବସରରେ ନର୍ଲା ବ୍ଲକ ପ୍ରାଥମିକ ଶିକ୍ଷକ ସଙ୍ଘର ସାଧାରଣ ସମ୍ପାଦକ ଅମିତ କୁମାର ଶର୍ମାଙ୍କ ନେତୃତ୍ଵରେ ଏକ ପ୍ରତିନିଧି ଦଳ ସ୍ବର୍ଗତ ମାଝୀଙ୍କ ବାସଭବନ ଭବାନୀପାଟଣା ନିକଟସ୍ଥ ବିଜେପୁର ଗ୍ରାମକୁ ଯାଇ ସଂଘ ତରଫରୁ ଶିକ୍ଷକ ଶିକ୍ଷୟତ୍ରୀମାନେ ସହଯୋଗ କରିଥିବା ଅର୍ଥ ରାଶି ୨୦ ହଜାର ୮ ଶହ ଟଙ୍କା ସ୍ବର୍ଗତ ମାଝୀଙ୍କ ଧର୍ମପତ୍ନୀଙ୍କୁ ପ୍ରଦାନ କରିଥିଲେ ଓ ତାଙ୍କର ବିଭାଗୀୟ କାଗଜପତ୍ର କିପରି ଶୀଘ୍ର ହୋଇ ପାରିବ ସେ ବିଷୟରେ ସଂଘ ଦାୟିତ୍ଵ ନେବ ବୋଲି ସାନ୍ତନା ପ୍ରଦାନ କରିଥିଲେ। ଏହି ପ୍ରତିନିଧି ଦଳରେ କୋଷାଧ୍ୟକ୍ଷ ଦିଲ୍ଲୀପ ପଧାନ୍, ନର୍ଲା ବ୍ଲକ ଶିକ୍ଷକ ସଂଘ କୋର୍ କମିଟି ସଭ୍ୟ ବୃନ୍ଦ ଟଙ୍କଧର ନିହାଲ୍, କେଦାର ନାଗ୍, କ୍ଷିତିଶ ଚନ୍ଦ୍ର ମାଝୀ, ଜଗଦୀଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.