ନାମାଙ୍କନପତ୍ର ଦାଖଲ କଲେ ଧର୍ମଗଡ଼ ବିଜେଡ଼ି ବିଧାୟକ ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂଦେଓ 

ଓଡ଼ିଆ ବାର୍ତ୍ତା/ ଧର୍ମଗଡ଼ (ହିରଣ୍ୟ ବେହେରା): ଧର୍ମଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡ଼ି ବିଧାୟକ ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂଦେଓ ସୋମବାର ତାଙ୍କର ନାମାଙ୍କନପତ୍ର ଦାଖଲ କରିଛନ୍ତି। ଶ୍ରୀ ସିଂଦେଓ ନିଜର ଶହ ଶହ ସମର୍ଥକଙ୍କ ଗହଣରେ ସ୍ଥାନୀୟ ଭଣ୍ଡାର ଘରଣୀ ମନ୍ଦିର ନିକଟରୁ ଏକ ବିଶାଳ ଶୋଭାଯାତ୍ରାରେ ଆସି ଧର୍ମଗଡ଼ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନିର୍ବାଚନ ଅଧିକାରୀଙ୍କ ନିକଟରେ ତାଙ୍କର ନାମାଙ୍କନପତ୍ର ଦାଖଲ କରିଛନ୍ତି। ସୂଚନା ଯେ, ଗତ ୧୮ ତାରିଖରୁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ଶ୍ରୀ ସିଂଦେଓ ନିଜର ନାମାଙ୍କନପତ୍ର ଦାଖଲ କରିସାରିବା ପରେ ମୁଖ୍ୟମନ୍ତ୍ରୀଙ୍କ ଜନହିତକର ଯୋଜନା ଓ ବିକାଶ ହିଁ ପ୍ରମୂଖ ମୁଦ୍ଦା ହେବ ବୋଲି କହିବା ସହ ତାଙ୍କୁ ବିପୁଳ ସମର୍ଥନ ଦେଇ ବିଜୟୀ କରାଇବା ପାଇଁ ଲୋକଙ୍କ ଆଶ୍ରିବାଦ କାମନା କରିଥିଲେ। ଏବଂ ନିଶ୍ଚିତ ବିଜୟୀ ହେବେ ବୋଲି ସେ ଆଶାବାଦୀ ଥିବା କହିଛନ୍ତି। ନାମାଙ୍କନପତ୍ର ଦାଖଲ ସମୟରେ ବରିଷ୍ଠ ବିଜେଡି ନେତା ରାଜେନ୍ଦ୍ର ମୁନି, ବିଧାୟକ ମୌଷଧୀ ବାଗ, ଧର୍ମଗଡ ନଗର ସଭାପତି ମଦନ ନାଏକ, ସମାଜ କଲ୍ୟାଣ ଅଧ୍ୟକ୍ଷା କଲ୍ୟାଣୀ ନାଏକ, ଭବାନୀଶଙ୍କର ପଣ୍ଡା, ବରିଷ୍ଠ ବିଜେଡି ନେତା ଥବିର ପ୍ରସାଦ ସାହୁ ସମର୍ଥକ ରାଜେନ୍ଦ୍ର ଭୋଇ, ଗୌର ଛତ୍ରିଆ, ମଙ୍ଗଳୁ ଭାଟି, ଅଭିମନ୍ୟୁ ବାଗ, କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ନିର୍ବାଚନ ମଣ୍ଡଳୀ ସଭାପତି ମାନସ ବାଗ ପ୍ରମୁଖ ଉପସ୍ଥିତ ରହିଥିବାବେଳେ ରାଲିରେ କୋକସରା, ଧର୍ମଗଡ଼ ଓ କଲମପୁର ବ୍ଳକର ଶହ ଶହ ମହିଳା ଓ ପୁରୁଷ କର୍ମୀ ସାମିଲ ହୋଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.