ଅନୁଷ୍ଠିତ ହେଲା ଫକୀରମୋହନ ବିଶ୍ବବିଦ୍ୟାଳୟର ବାର୍ଷିକ ଉତ୍ସବ ‘ସମନ୍ବୟ-୨୦୨୩-୨୪’

‘ଶୃଙ୍ଖଳା’ ଛାତ୍ର ଜୀବନର ଧ୍ୟେୟ ହେଉ, କହିଲେ କୁଳପତି

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ବିଶ୍ୱବିଦ୍ୟାଳୟର ବାର୍ଷିକ ଉତ୍ସବ, ‘ସମନ୍ୱୟ-୨୦୨୩-୨୪’ ଅନୁଷ୍ଠିତ ହୋଇଯାଇଛି। ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ସଭାପତିତ୍ବରେ ଆନୁଷ୍ଠାନିକ ଶୁଭାରମ୍ଭ ହୋଇ ଏହି ବର୍ଣ୍ଣାଢ୍ଯ କାର୍ଯ୍ୟକ୍ରମଟି ଆୟୋଜିତ ହୋଇଥିଲା। ବିଶ୍ବବିଦ୍ୟାଳୟର କୁଳସଚିବ କୁକୁମୀନା ଦାସ, ସ୍ନାତକ ପରିଷଦର ଅଧ୍ୟକ୍ଷ ପ୍ରଫେସର ଡ଼କ୍ଟର ସୂର୍ଯ୍ୟେନ୍ଦୁ କୁମାର ଦେ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ସମସ୍ତ ବିଭାଗର ସମ୍ମିଳିତ ଉଦ୍ୟମରେ ଆୟୋଜିତ ଏହି ବାର୍ଷିକ ଉତ୍ସବରେ ଉଦବୋଧନ ଦେଇ ଛାତ୍ରଛାତ୍ରୀଙ୍କୁ ନିଜର ସର୍ବୋତ୍ତମ ପ୍ରଦର୍ଶନ କରି ଉଚ୍ଚ ଭବିଷ୍ୟତ ଗଠନରେ ଯତ୍ନଶୀଳ ହେବାକୁ ପରାମର୍ଶ ଦେଇଥିଲେ। ମୁଖ୍ଯ ଅତିଥି ତଥା ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ତ୍ରିପାଠୀ ନିଜ ଅଭିଭାଷଣ ପ୍ରଦାନ କରି ବିଶ୍ବବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତିର ଶ୍ରେୟ ଛାତ୍ରଛାତ୍ରୀଙ୍କୁ ଦେଇଥିଲେ। ବିଭିନ୍ନ କ୍ଷେତ୍ରରେ ନିଜର ପାରଦର୍ଶିତାର ପରିଚୟ ଦେଇ ବିଶ୍ବବିଦ୍ୟାଳୟ ପାଇଁ ଆଣିଥିବା ଗୌରବ ଓ ସୁନାମ ନିମିତ୍ତ ସେ ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ। ଶୃଙ୍ଖଳିତ ଜୀବନଯାପନ ସହ ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତରେ ଅଧିକ ସଫଳତା କମନା କରି ଅଭିନନ୍ଦନ ଜଣାଇ ଉତ୍ସାହିତ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି ଅବସରରେ ମୁଖ୍ଯବକ୍ତା ଭାବେ ବିଶ୍ବବିଦ୍ୟାଳୟର ପୁରାତନ ଛାତ୍ର ସଂସଦର ପ୍ରେସିଡେଣ୍ଟ ଡକ୍ଟର ଚୌଧୁରୀ ସତ୍ଯବ୍ରତ ନନ୍ଦ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ସହ ଅନ୍ଯାନ୍ଯ କ୍ଷେତ୍ରରେ ରୁଚି ରଖି ,କଠିନ ପରିଶ୍ରମ କରିବା ସହ ଜିଜ୍ଞାସୁ ହେବା ପାଇଁ ଉପଦେଶ ଦେଇଥିଲେ। ସେ ନିଜର କିଛି ଅନୁଭୂତି ବାଣ୍ଟିବା ସହ କହିଥିଲେ, ‘ଶୁଣିବ ନାହିଁ ତ, ଜିଣିବ କିପରି! ଜାଣିବ ନାହିଁ ତ ଶିଖିବ କିପରି!’

Udyog Nursery
Udyogi Nursery

ଏହି ଅବସରରେବିଭିନ୍ନ ପ୍ରତିଯୋଗିତାର ଶ୍ରେଷ୍ଠ ବିବେଚିତ ହୋଇଥିବା ପ୍ରାୟ ୧୨୦ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ଏଥିସହ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ବାରା ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଡ଼କ୍ଟର ସସ୍ମିତା ବେହେରା ମଞ୍ଚ ପରିଚାଳିନା କରିଥିବା ବେଳେ କାର୍ଯ୍ୟକ୍ରମର ସଂଯୋଜକ ଡ଼କ୍ଟର ଅସୀମ ଅମିତାଭ ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.