୫ ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ରବିବାର ୫ ଆସନରେ ପ୍ରାର୍ଥୀ ବଦଳାଇଛି କଂଗ୍ରେସ। ଜଳେଶ୍ୱର, ବରୀ, ଆଠମଲ୍ଲିକ, ଆଠଗଡ ଓ ପୁରୀରେ କଂଗ୍ରେସ ନିଜର ପ୍ରାର୍ଥୀ ଅଦଳବଦଳ କରିଛି। ଆଠମଲ୍ଲିକରେ ବିଜୟାନନ୍ଦ ଚାଉଳିଆଙ୍କ ସ୍ଥାନରେ ହିମାଂଶୁ ଚାଉଲିଆଙ୍କୁ ପ୍ରାର୍ଥୀ କରିଥିବାବେଳେ ବରୀରେ ଆରତୀ ଦେଓଙ୍କ ସ୍ଥାନରେ ଦେବାଶିଷ ନାୟକଙ୍କୁ ପ୍ରାର୍ଥୀ ଘୋଷଣା ହୋଇଛି। ସେହିପରି ଆଠଗଡରେ ମେହବୁବ ଅହମ୍ମଦ ଖାନଙ୍କ ଜାଗାରେ ସୁଦର୍ଶନ ଦାସ ପ୍ରାର୍ଥୀ ହୋଇଥିବାବେଳେ ସୁଜିତ ମହାପାତ୍ରଙ୍କ ସ୍ଥାନରେ ଉମାବଲ୍ଲଭ ରଥଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ। ଆଠଗଡ଼ରୁ କଂଗ୍ରେସ ପ୍ରାର୍ଥୀ ଭାବେ ଲଢ଼ିବେ  ସୁଦର୍ଶନ ସାହୁ।

Omkar Vasthu
Omkar Vasthu

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି ବିଜେଡି ଓ ବିଜେପି ଦେବାଶିଷଙ୍କୁ ବିଶ୍ୱାସ କରି ନଥିଲେ ମଧ୍ୟ କଂଗ୍ରେସ ତାଙ୍କୁ ବରୀରୁ ଟିକେଟ ଦେଇଛି। କାରଣ ଟିକେଟ ପାଇଁ ବିଜେଡି ଛାଡି ବିଜେପିରେ ମିଶିଥିଲେ ଦେବାଶିଷ, ସେଠାରୁ ନିରାଶ ହେବା ପରେ ସେ କାଲି କଂଗ୍ରେସରେ ଯୋଗ ଦେଇଥିଲେ ଆଜି ଦଳ ତାଙ୍କୁ ବରୀରୁ ବିଧାନସଭା ପ୍ରାର୍ଥୀ କରିଛି ବୋଲି ଘୋଷଣା କରିଛି। ଜଳେଶ୍ୱରରେ ସୁଦର୍ଶନ ଦାସଙ୍କୁ ଦଳ ଟିକେଟ୍‌ ଦେଇଥିବାବେଳେ ବରୀରେ ଦେବାଶିଷ ନାୟକଙ୍କୁ ଟିକେଟ୍‌ ମିଳିଛି। ସେହିପରି ଆଠମଲ୍ଲିକରେ ହିମାଂଶୁ ଚାଉଳିଆଙ୍କୁ କଂଗ୍ରେସ ଟିକେଟ ଦେଇଥିବାବେଳେ ପୁରୀରେ ଉମାବଲ୍ଲଭ ରଥଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ। କେବଳ ଆଠଗଡ଼ରେ ସୁଦର୍ଶନ ସାହୁଙ୍କୁ ନୂଆ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.