ନର୍ଲା: ସମ୍ବଲପୁରୀ ଗୀତରେ ଜମୁଛି ସ୍ବାଧିନ ପ୍ରାର୍ଥୀ ପ୍ରଦୀପ ନାଏକଙ୍କ ନିର୍ବାଚନୀ ପ୍ରଚାର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ୨୦୨୪ ସାଧାରଣ ନିର୍ବାଚନକୁ ରଙ୍ଗିନ କରିଦେଉଛି ପ୍ରଚାର ସଂଗୀତ। ଭଳିକି ଭଳି ଗୀତର ତାଳେ ତାଳେ ସାଂସଦ ଓ ବିଧାୟକ ପ୍ରାର୍ଥୀମାନଙ୍କ ପ୍ରଚାର ଗ୍ରାମ୍ୟ ପରିବେଶକୁ ମୁଖରିତ କରିଦେଉଛି। ଏହି କ୍ରମରେ ନର୍ଲା ବିଧାନସଭା ନିର୍ବାଚନ ମଣ୍ଡଳୀର ସ୍ବାଧିନ ପ୍ରାର୍ଥୀ ପ୍ରଦୀପ କୁମାର ନାଏକ ମଧ୍ୟ ପ୍ରଚାରକୁ ଜୋରଦାର କରିଛନ୍ତି। ସମର୍ଥକଙ୍କ ଗହଣରେ ସେ ବିଭିନ୍ନ ଗ୍ରାମକୁ ଯାଇ ଭୋଟ ଭିକ୍ଷା କରୁଥିବା ଦେଖାଯାଇଛି। ସମ୍ବଲପୁରୀ ଗୀତର ତାଳେ ତାଳେ ଜମୁଛି ପ୍ରଦୀପଙ୍କ ନିର୍ବାଚନୀ ପ୍ରଚାର। ବିଭିନ୍ନ ସ୍ଥାନରେ ତାଙ୍କୁ ମହିଳାମାନେ ବନ୍ଦାପନା କରିବା ସହ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରୁଥିବା ଦେଖାଯାଇଛି। ଏଠାରେ ପ୍ରକାଶଯୋଗ୍ୟ ଯେ, ଚଳିତ ଥର ନର୍ଲା ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ପ୍ରାର୍ଥୀ ମନୋରମା ମହାନ୍ତି, କଂଗ୍ରେସ ପ୍ରାର୍ଥୀ ଭକ୍ତ ଚରଣ ଦାସ, ବିଜେପି ପ୍ରାର୍ଥୀ ଅନିରୁଦ୍ଧ ପଧାନ, ବିଏସପି ପ୍ରାର୍ଥୀ ଦୂର୍ଯ୍ୟୋଧନ କୁମାର, ଏଆଇଏଫବି ପ୍ରାର୍ଥୀ ଶିବରାମ ନାଏକ, ଆମ୍ବେଦକରରାଇଟ ପାର୍ଟି ପ୍ରାର୍ଥୀ ଶଶିଦେବ ହରିଜନ, ଆପ୍ ପ୍ରାର୍ଥୀ ପୃଥିରାଜ ଛତ୍ରୀଆ ଓ ସ୍ବାଧିନ ପ୍ରାର୍ଥୀ ଭାବେ ପ୍ରଦୀପ କୁମାର ନାଏକ, କାଜଲ ପଟ୍ଟନାୟକ, ରୋଜାରାଣୀ ଜାଲ ଓ ଟିକେମନ୍ ଦୀପ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.