ଏହା ମୋର ଶେଷ ବିଶ୍ୱକପ -ଟ୍ରେଂଟ ବୋଲ୍ଟ, ନ୍ୟୁଜିଲାଣ୍ଡର ଷ୍ଟାର ବୋଲର

ଓଡ଼ିଆ ବାର୍ତ୍ତା/ ତାରୋବା: ନ୍ୟୁଜିଲାଣ୍ଡର ଅଭିଜ୍ଞ ପେସ ବୋଲର ଟ୍ରେଂଟ ବୋଲ୍ଟ ଚଳିତ ଟି୨୦ ବିଶ୍ୱକପ ତାଙ୍କର ଶେଷ ବଡ ଟୁର୍ଣ୍ଣାମେଂଟ ବୋଲି କହିଛନ୍ତି । ଏଥିସହ ସେ ପରୋକ୍ଷରେ ତାଙ୍କ ଅବସର ନେଇ ମଧ୍ୟ ସୂଚନା ଦେଇଛନ୍ତି । ନ୍ୟୁଜିଲାଣ୍ଡ ପକ୍ଷରୁ ସେ ଟି୨୦ ବିଶ୍ୱକପ, ଦିନିକିଆ ବିଶ୍ୱକପ ଓ ଟେଷ୍ଟ ଚାମ୍ପିୟନଶିପର ଫାଇନାଲରେ ଖେଳିବା ସୌଭାଗ୍ୟ ଅର୍ଜନ କରିଛନ୍ତି । ୟୁଗାଣ୍ଡା ବିପକ୍ଷରେ ନ୍ୟୁଜିଲାଣ୍ଡ ବିଜୟ ହାସଲ କରିବା ପରେ ବୋଲ୍ଟ ଏହା କହିଛନ୍ତି । ସୁପର ୮ ଦୌଡରୁ ବାଦ ପଡିବା ନେଇ ଆମେ ଭାବି ନ ଥିଲୁ ବୋଲି ସେ କହିଛନ୍ତି । ୨୦୧୪ ପରଠାରୁ ବିଶ୍ୱକପରେ ଆମ ପ୍ରଦର୍ଶନ ପ୍ରଶଂସନୀୟ ଥିଲା । ଏଥର କିନ୍ତୁ ଆମେ ଆରମ୍ଭରୁ ଭଲ ପ୍ରଦର୍ଶନ କରି ନ ଥିଲୁ । ୨୦୧୧ରେ ସେ ଆନ୍ତର୍ଜାତୀୟ ପଦାର୍ପଣ କରିବା ପରଠାରୁ ନ୍ୟୁଜିଲାଣ୍ଡ ଦଳର ନିୟମିତ ସଦସ୍ୟ ହୋଇ ରହିଛନ୍ତି । ତାଙ୍କ ନେତୃତ୍ୱରେ ଦଳ ଅନେକ ମ୍ୟାଚରେ ବିଜୟ ହାସଲ କରିଛି । ସୁପର ଏଇଟରୁ ବାଦ ପଡିବା ନେଇ ସେ ନିରାଶ ହୋଇ ପଡିଥିଲେ ବୋଲି ସାଥୀ ଖେଳାଳିମାନେ କହିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.