ଓଡ଼ିଆ ବାର୍ତ୍ତା/ ଥୁଆମୂଳ ରାମପୁର (ପ୍ରଦୀପ କୁମାର ପଣ୍ଡା): ମା ମାଣିକେଶ୍ୱରୀ ପଂଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଥୁଆମୂଳ ରାମପୁର ଠାରେ ଆନ୍ତର୍ଜାତୀୟ ଯୋଗ ଦିବସ ଆୟୋଜିତ ହୋଇଯାଇଛି । ଏଥିରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ଛୋଟ ଛୋଟ ଶିଶୁ ଓ ଅଭିଭାବକ ଯୋଗଦେଇ ଯୋଗ ଶିକ୍ଷା ଗ୍ରହଣ କରିଥିଲେ। ଅନୁଷ୍ଠାନର ଅଧ୍ୟକ୍ଷ ସତ୍ୟନାରାୟଣ ମୁଣ୍ଡଛିନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବରେ +୩ କଲେଜ ଅଧ୍ୟକ୍ଷ ସମୀର ସାହୁ, ନୋଡାଲ ଅଧିକାରୀ ଅଧ୍ୟାପକ ସରୋଜ କୁମାର ପଟ୍ଟଯୋଶୀ, ପ୍ରଶାନ୍ତ କୁମାର ମୁଣ୍ଡଛିନା, ଅଧ୍ୟାପକ ପରୀକ୍ଷିତ ମାଝୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ଏଥିରେ ପତଞ୍ଜଳୀ ଯୋଗ ସମିତି କଳାହାଣ୍ଡିର ଯୋଗଗୁରୁ ବିରଞ୍ଚି ମୁଣ୍ଡଛିନା ଯୋଗ ଶିକ୍ଷା ପ୍ରଦାନ କରିଥିଲେ। ଉପସ୍ଥିତ ସମସ୍ତ ପ୍ରଶିକ୍ଷଣାର୍ଥୀଙ୍କୁ ଶପଥ ପାଠ ମଧ୍ୟ କରାଯାଇଥିଲା। ଯୋଗ କିପରି ଶାରିରୀକ, ମାନସିକ ଏବଂ ସାମାଜିକ ଜୀବନ ରେ ସହାୟକ ହୋଇଥାଏ। ସେ ସମ୍ପର୍କରେ ଅତିଥିବୃନ୍ଦ ଓ ଯୋଗଗୁରୁ ଆଲୋକପାତ କରିଥିଲେ।