ଅଲଗା ହେବେ ହାର୍ଦ୍ଦିକ-ନତାଶା

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ନତାଶା ଷ୍ଟାନକୋଭିକଙ୍କ ପ୍ରେମ ସମ୍ପର୍କ ଓ ବିବାହ ବେଶ ଚର୍ଚ୍ଚାରେ ରହିଥିଲା। ଏବେ ସେମାନଙ୍କ ବିଚ୍ଛେଦ ମଧ୍ୟ ସୋସିଆଲ ମିଡିଆରେ ଟ୍ରେଣ୍ଡ କରିବାରେ ଲାଗିଛି। ଉଭୟ ସେମାନଙ୍କ ଛାଡପତ୍ର ନେଇ ସ୍ପଷ୍ଟ କରିଛନ୍ତି। ୧ ମାସରୁ ଊର୍ଦ୍ଧ୍ୱ ସମୟ ହେବ ଉଭୟଙ୍କ ମଧ୍ୟରେ ସମ୍ପର୍କ ଭଲ ନ ଥିଲା। ନିକଟରେ ନତାଶା ତାଙ୍କ ସୋସିଆଲ ମିଡିଆ ପୋଷ୍ଟରେ ପରସ୍ପର ଅଲଗା ହୋଇ ଯାଇଥିବା ସ୍ପଷ୍ଟ କରିଛନ୍ତି।

ହାର୍ଦ୍ଦିକ ଏବଂ ନତାଶା ୨୦୨୦ରେ ବିବାହ କରିଥିଲେ। ୨୦୨୨ରେ ସେମାନଙ୍କ ଏକ ପୁତ୍ର ସନ୍ତାନ(ଅଗସ୍ତ୍ୟ) ମଧ୍ୟ ହୋଇଥିଲା। ପ୍ରାୟ ୪ ବର୍ଷ ପରେ ସେମାନେ ଅଲଗା ହୋଇଛନ୍ତି। ଅଗସ୍ତ୍ୟ ଆମର ଏକ ଅଂଶ ହୋଇ ରହିବେ। ତାଙ୍କୁ ସମସ୍ତ ସୁଖ ଯୋଗାଇବା ଆମର କର୍ତବ୍ୟ ବୋଲି ନତାଶ ଲେଖିଛନ୍ତି। ଏକତ୍ର ରହିବା ପରେ ଉଭୟ ପରସ୍ପର ସହମତିରେ ଅଲଗା ହେବାକୁ ନିଷ୍ପତି ନେଇଛୁ। ଏହା ଏକ କଷ୍ଟସାଧ୍ୟ ପଦକ୍ଷେପ ଥିଲେ ମଧ୍ୟ ଶେଷରେ ବାଧ୍ୟ ହୋଇଛୁ ବୋଲି ସେ କହିଛନ୍ତି। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.