ନୂଆପଡା,୪/୭ : ସ୍ଥାନୀୟ ସିଲଦା ସି.ଆର.ପି.ଏଫ. କେମ୍ପ ରେ ୨୧୬ ବେଟେଲିୟାନ ତରଫରୁ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ପରମ ପବିତ୍ର ରଥଯାତ୍ରା ଏକ ଭକ୍ତିମୟ ପରିବେଶ ମଧ୍ୟରେ ସଂପନ୍ନ ହୋଇଯାଇଛି । ପାରମ୍ପରିକ ରୀତିନୀତିରେ ମହାପ୍ରଭୁ କାଳିଆ ଠାକୁର, ବଡଭାଇ ବଳଭଦ୍ର ଓ ଭଉଣୀ ଶୁଭଦ୍ରାଙ୍କୁ ପୂଜାର୍ଚ୍ଚନା କରି ରଥାରୂଢ କରାଯାଇ ରଥଟଣା ଯାଇଥିଲା । କେମ୍ପ ପରିସରରେ ଥିବା ମାଉସୀ ମା ମନ୍ଦିରକୁ ଭଗବାନଙ୍କୁ ନେଇଯାଇଥିଲେ ଯବାନ ।

ଏହି ଉତ୍ସବରେ ସି.ଆର.ପି.ଏଫ. କମାନଡେଣ୍ଟ ରାଜେଶ ଭିଷ୍ଟା ଛେରାପହଁରା ସହ ରଥ ନିତି ଦାଇତ୍ୱ ତୁଲାଇ ଥିବା ବେଳେ ସେକେଣ୍ଡ କମାନଡେଣ୍ଟ ନରେନ୍ଦ୍ର ସିଂ, ଶ୍ରୀମତୀ ଉଷା ସିଂ, ଡେପୁଟି କମାନଡେଣ୍ଟ ଏସ.ଏ.ଏ. ନଖଭି, ବି.ବିକ୍ରମ ଏବଂ ଡ଼ ଶ୍ରୀନିଭାସ ରେଡି ଏନ ଙ୍କ ତଦାରଖରେ ଓ ସମସ୍ତ ଯବାନଙ୍କ ସହଯୋଗ ରଥଯାତ୍ରା କାର୍ଯ୍ୟକ୍ରମ ସଫଳ ହୋଇଥିଲା ।

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର କୁମାର ବାଗ (ରାହୁଲ)ଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇






