ଭାରସାମ୍ୟ ହରାଇ ଗଛରେ ପିଟିଲା ଟ୍ରକ୍

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ୨୬ ନମ୍ବର ଜାତୀୟ ରାଜପଥର କୋକସରା ବ୍ଲକ ଆମପାଣି ନିକଟରେ ସୋମବାର ଭାରସାମ୍ୟ ହରାଇ ଏକ ଟ୍ରକ୍ ଗଛରେ ପିଟି ଦେଇଛି। ଫଳରେ ଡ୍ରାଇଭର ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଗୁରୁତର ଡ୍ରାଇଭର ଜୁନାଗଡ଼ର ଧନସିଂ ବଗର୍ତ୍ତି(୫୦) ବୋଲି ଜଣାପଡ଼ିଛି।

Omkar Vasthu
Omkar Vasthu

ସୂଚନା ଅନୁସାରେ, ଆଜି ନବରଙ୍ଗପୁର ପଟୁ ଜୁନାଗଡ଼ ଅଭିମୁଖେ ଯାଉଥିବା ଏହି ଟ୍ରକ୍ ଆମପାଣି-ସିଉନୀ ରାସ୍ତାର ରିଚି ଢ଼ାବା ନିକଟର ଭାରସାମ୍ୟ ହରାଇ ଏକ ଗଛରେ ପିଟିଦେଇ ଦୁର୍ଘଟଣା ହୋଇଥିଲା। ଦୁର୍ଘଟଣାରେ ଡ୍ରାଇଭର ଧନସିଂ ବଗର୍ତ୍ତି ଗୁରୁତର ଆହତ ହୋଇଛନ୍ତି। ଖବର ପାଇ ଆମପାଣି ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଡ୍ରାଇଭରକୁ ଉଦ୍ଧାର କରି ଆମପାଣି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.