କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଦୁଇବର୍ଷିଆ ସ୍ବତନ୍ତ୍ର ବିଏଡ୍ କୁ ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ 

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଓଡ଼ିଶାରେ ସ୍ବତନ୍ତ୍ର ଶିକ୍ଷାରେ ପ୍ରଶିକ୍ଷଣ ନେଇଥିବା ଆଶାୟୀ ମାନଙ୍କ ସମସ୍ୟାର ସମାଧାନ ନିମନ୍ତେ ଅଲ୍ ଓଡ଼ିଶା ସ୍ବତନ୍ତ୍ର ଶିକ୍ଷା ପ୍ରଶିକ୍ଷଣ ଅନୁଷ୍ଠାନ ଫେଡ଼େରସନର ସଂପାଦକ ଡ଼ଃ ନାରାୟଣ ଚ଼ନ୍ଦ୍ର ପତି ଓ ସମସ୍ତ ପ୍ରଶିକ୍ଷଣ ଅନୁଷ୍ଠାନ ମୁଖ୍ୟ ଓ କନିଷ୍ଠ ଶିକ୍ଷକ ଆଶାୟୀ ମାନେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚ଼ରଣ ମାଝିଙ୍କ ଜନଶୁଣାଣୀରେ ତାଙ୍କୁ‌ ସାକ୍ଷାତ କରି କନିଷ୍ଠ ଶିକ୍ଷକ ନିଯୁକ୍ତିରୁ ଦୁଇବର୍ଷିଆ ସ୍ବତନ୍ତ୍ର ଶିକ୍ଷା ବି.ଇଡ଼ି‌‌ କୁ ବାଦ୍ ଦେବା‌‌ ପ୍ରସଙ୍ଗରେ‌ ଅଭିଯୋଗ କରିଥିଲେ।

Omkar Vasthu
Omkar Vasthu

୨୦୧୫ ର ପର ଠାରୁ ଓଡ଼ିଶାରେ ଏନସିଟିଇ ଏବଂ ଭାରତୀୟ ପୁନଃବାସ ପରିଷଦର ନିୟମ ଅନୁସାରେ ଦୁଇବର୍ଷିଆ ସ୍ବତନ୍ତ୍ର ଶିକ୍ଷା ବି.ଇଡ଼ି ଶିକ୍ଷା ଓଡ଼ିଶାରେ ଅଦ୍ୟାବଧି ଦିଆଯାଉଅଛି ଯାହାକି ୨୦୧୫ ମସିହା ପୂର୍ବରୁ ଏକ ବର୍ଷିଆ ପାଠ୍ୟକ୍ରମ ଭାବେ ଚାଲୁଥିଲା, କିନ୍ତୁ ବର୍ତ୍ତମାନ କନିଷ୍ଠ ଶିକ୍ଷକ ନିଯୁକ୍ତି ରେ ଦୁଇବର୍ଷିଆ ସ୍ବତନ୍ତ୍ର ବି.ଇଡ଼ି‌ କୁ ବାଦ୍ ଦିଆଯାଇଥିବା ଫଳରେ ଆଶାୟୀ ମାନେ ଚିନ୍ତାଗ୍ରସ୍ତ ଅଛନ୍ତି। ଏହି ବିଷୟକୁ ମାନ୍ୟବର ମନ୍ତ୍ରୀ ଅତି ଗମ୍ଭୀରତାର ସହ ନେଇ ସମସ୍ୟାର ସମାଧାନ ନିମନ୍ତେ ପ୍ରତିଶ୍ରୁତି ଦେଇଛନ୍ତି। ଆଜି କନିଷ୍ଠ ଶିକ୍ଷକ ନିଯୁକ୍ତି ସମ୍ପର୍କରେ ଦୁଇ ବର୍ଷିଆ ସ୍ବତନ୍ତ୍ର ବି.ଇଡି‌ ଉପରେ ସାମାଜିକ ସୁରକ୍ଷା‌ ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର‌ ପ୍ରମୁଖ ଶାସନ ସଚିବ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଚ଼ିଠି କରିଛନ୍ତି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.