ଡିଜିଟାଲ ଫସଲ ସର୍ବେକ୍ଷଣ ତାଲିମ ଶିବିର ଉଦଘାଟିତ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ସଇଁତଲା ସ୍ଥିତ କୃଷି ବିଭାଗ କାର୍ଯାଳୟ ପରିସରରେ ୨ ଦିନିଆ ଡିଜିଟାଲ ଫସଲ ସର୍ବେକ୍ଷଣ ତାଲିମ ଶିବିର ଉଦଘାଟିତ ହୋଇଯାଇଛି। ଉକ୍ତ ଶିବିରକୁ ବ୍ଲକ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉପେନ୍ଦ୍ର ମାଝୀ ଯୋଗଦାନ କରି ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଥିଲେ। ଏଥିରେ ଝିଙ୍ଗିଡୁଙ୍ଗୁରି ପଞ୍ଚାୟତ ସମେତ ଟିକ୍ରାପଡା, ଜୁରାବନ୍ଦ, ଡେଙ୍ଗ, ତାଲବାହାଲ, କରମତଲା, କୁମ୍ଭାରୀ, ଧରବଗଡ଼, କୁଇକେଡା, ଗଣ୍ଡପତ୍ରାପାଲି, କନ୍ଦକେଲଗାଁ ପ୍ରଭୁତି ୧୧ ଗୋଟି ପଞ୍ଚାୟତରେ ଫସଲ ସର୍ବେକ୍ଷଣ କରାଯିବ। ଉକ୍ତ ଶିବିରରେ ମାଷ୍ଟର ଟ୍ରେନର ଭାବେ ସହକାରୀ କୃଷି ଅଧିକାରୀ ସଞ୍ଜୀବ ନାୟକ, ଏଏଫଓ ସୁଜିତ ମହାନ୍ତି ଯୋଗଦାନ କରି ତାଲିମ ପ୍ରଦାନ କରିଥିଲେ।

Omkar Vasthu
Omkar Vasthu

ଏଥିରେ ଚାଷୀମାନଙ୍କ ଚାଷ ଜମିରେ କେଉଁ ପ୍ରକାଶ ଚାଷ କରାଯାଉଛି ତାହାକୁ ଅନୁସନ୍ଧାନ କରି ଫୋଟୋ ଉଠାଣ କରି ଡିଜିଟାଲ ଆପ ଜରିଆରେ ଡାଉନଲୋଡ଼ କରାଯିବ ବୋଲି ଶିବିରରେ ଆଲୋଚନା କରାଯାଇଥିଲା। ଏହି ଶିବିରରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଝସକେତନ ମେହେର, ସ୍ୱପ୍ନା ବାଗ, ଶରତ ସାହୁ, ଅକ୍ଷୟ ମହାନ୍ତି, ଅତିରିକ୍ତ ରାଜସ୍ୱ ନିରୀକ୍ଷକ ନମ୍ବ୍ରତା ବରା, କୃଷକ ସାଥି ଓ ଯୁବବର୍ଗ ମାନଙ୍କୁ ତାଲିମ ପ୍ରଦାନ କରାଯାଇଥିଲା।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.