ନର୍ଲା କୃଷି ଏବଂ ଉଦ୍ୟାନ ବିଭାଗରେ କେଳେଙ୍କାରୀ!

ଚାଷୀଙ୍କୁ ପାଇଁ ଆସିଥିବା ଲକ୍ଷ ଲକ୍ଷ ଟଙ୍କାର ଅନୁଦାନ ରାଶି ହଡ଼ପ ଅଭିଯୋଗ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କୃଷି ଓ କୃଷକଙ୍କ ଉନ୍ନତି ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନା ପ୍ରଣୟନ କରି କାର୍ଯ୍ୟକାରୀ କରାଉଛନ୍ତି। ଏଥିପାଇଁ ରାଜକୋଷରୁ କୋଟି କୋଟି ଟଙ୍କା ବ୍ୟୟ ହେଉଛି। ତେବେ କେତେକ ସ୍ଥାନରେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ପାଇଁ ସରକାରୀ ପ୍ରୋତ୍ସାହନର ଲାଭ ଉଠାଇ ପାରୁ ନାହାଁନ୍ତି କୃଷକ। ଚାଷୀର ଉନ୍ନତି ହୋଇପାରୁ ନଥିବା ବେଳେ ମାଲାମାଲ ହେଉଛନ୍ତି ସରକାରୀ ଅଧିକାରୀ। ଏପରି ଏକ ଚିତ୍ର ଆସି ପହଞ୍ଚିଛି କଳାହାଣ୍ଡି ଜିଲ୍ଲା ନର୍ଲାରୁ। ନର୍ଲା କୃଷି କାର୍ଯ୍ୟାଳୟରେ ୨୦୧୯-୨୦ ସମୟରେ ଥିବା ସହକାରୀ କୃଷି ଅଧିକାରିଣୀଙ୍କ ସମୟରେ ଆତ୍ମା ଯୋଜନାରେ ଚାଷୀଙ୍କ ଲକ୍ଷ ଲକ୍ଷ ଟଙ୍କା ହଡପ କରାଯାଇଥିବା ବେଳେ ପଛରେ ପଡିନି ଉଦ୍ୟାନ ବିଭାଗ। ସେହି ସମୟରେ ଉଦ୍ୟାନ ବିଭାଗର ତତ୍କାଳୀନ ଉଦ୍ୟାନ ଅଧିକାରିଣୀ ମଧ୍ୟ ଚାଷୀଙ୍କ ଲକ୍ଷାଧିକ ଟଙ୍କା ଆତ୍ମସାତ କରି ଅନ୍ୟତ୍ର ବଦଳି ହୋଇଥିବା ନେଇ ଚର୍ଚ୍ଚା ଆଲୋଚନା ହେଉଛି। ସୂଚନା ଅଧିକାର ଆଇନରେ ମିଳିଥିବା ତଥ୍ୟ ମୁତାବକ ଗତ ତିନି ବର୍ଷ ମଧ୍ୟରେ ଏହି ଦୁଇ କର୍ମଚାରୀ ପୃଥକ ପୃଥକ ଭାବେ ଚାଷୀଙ୍କ ଲକ୍ଷ ଲକ୍ଷ ଟଙ୍କା ହଡପ କରିଥିବା ଜଣାପଡିଛି। ବର୍ଷ ବର୍ଷ ଧରି ଚାଷୀଙ୍କୁ ଲୁଣ୍ଠନ କରାଯାଉଥିବା ସଙ୍ଗେ ସଙ୍ଗେ ସରକାରୀ ଅର୍ଥକୁ ମଧ୍ୟ ଆତ୍ମସାତ କରାଯାଉଥିବା ସହ ବିଭିନ୍ନ କେଳେଙ୍କାରୀରେ ପୂର୍ବତନ କୃଷି ଅଧିକାରିଣୀଙ୍କ ସମ୍ପୃକ୍ତିକୁ ନେଇ ଅନେକ ତଥ୍ୟ ଜାଣିବାକୁ ମିଳିଥିବା ବେଳେ  ସରକାରଙ୍କ ପକ୍ଷରୁ ଚାଷୀଙ୍କ ପାଇଁ କରାଯାଇଥିବା ଆତ୍ମା ଯୋଜନାରେ ମଧ୍ୟ ଦୁର୍ନୀତି କରାଯାଇଥିବା ଭଳି କିଛି ତଥ୍ୟ ସାମ୍ନାକୁ ଆସିଛି।‌ ନର୍ଲା କୃଷି କାର୍ଯ୍ୟାଳୟରେ ୨୦୧୯-୨୦ ରେ ଫାର୍ମ ସ୍କୁଲ ନାଁରେ ଚାଷୀଙ୍କ ଅର୍ଥକୁ ହଡଫ କରାଯାଇଥିବା ସୂଚନା ଅଧିକାର ଆଇନରେ ମିଳିଥିବା ତଥ୍ୟରୁ ସ୍ପଷ୍ଟ ପ୍ରମାଣ ମିଳିଛି। ସୂଚନା ମୁତାବକ ଚାଷୀଙ୍କୁ ଗୋଟିଏ ଦିନର ତାଲିମ ଦେଇ ଗୋଟିଏ ଦିନରେ ହିଁ ସମସ୍ତ ୬ ଦିନର କାଗଜ ପତ୍ର ଏକା ଥରକରେ ଦସ୍ତଖତ କରେଇ ନିଆଯାଇଛି। କେତେକ ଚାଷୀଙ୍କ ନାଁରେ ଜାଲ ଦସ୍ତଖତ ମଧ୍ୟ କରାଯାଇଛି। ସେଥିପାଇଁ ତ ଏତେ ଦିନ ଧରି ସୂଚନା ଅଧିକାର ଆଇନରେ ତଥ୍ୟ ମାଗି ଟଙ୍କା ପୈଠ ହେଇ ସାରିଥିଲେ ମଧ୍ୟ ବିଭାଗ ତରଫରୁ କୌଣସି ପ୍ରକାର ପଦକ୍ଷେପ ନିଆ ଯାଉନଥିବା ଦେଖିବାକୁ ମିଳୁଛି। ପୂର୍ବତନ କୃଷି ଅଧିକାରିଣୀଙ୍କ ହାତ ଏତେ ଲମ୍ବା ରହିଛି ଯେ, ତଥ୍ୟ ନ ଦେବା ପାଇଁ ସିଧାସଳଖ ମନା କରିଦେଉଥିବା ସୂଚନା ମିଳୁଛି।

Omkar Vasthu
Omkar Vasthu

କାହା ସ୍ୱାର୍ଥ ନେଇ ଆତ୍ମା ତରଫରୁ ବିଭିନ୍ନ ଯୋଜନାରେ ରହିଛି କୃଷି ଭିତ୍ତିକ ତାଲିମ? ପ୍ରକୃତରେ ନର୍ଲା ଅଞ୍ଚଳର ଚାଷୀ ପାଉଛନ୍ତି କି ତାଲିମ? କାହିଁକି ଗତ ତିନିବର୍ଷ ମଧ୍ୟରେ ନର୍ଲା ଚାଷୀଙ୍କୁ ପ୍ରତାରିତ କରାଯାଇଛି। ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରାଯାଉନି କାହିଁକି? ନର୍ଲାର ତତ୍କାଳୀନ ସହକାରୀ କୃଷି ଅଧିକରିଣୀଙ୍କୁ ଏଥିପାଇଁ ବିଭାଗ ଦଣ୍ଡିତ କରୁନି କାହିଁକି ବୋଲି ନର୍ଲା ଅଞ୍ଚଳର ଚାଷୀମାନେ ପ୍ରଶ୍ନ କରିଛନ୍ତି। ଏହବାଦ ନର୍ଲା ଉଦ୍ୟାନ ବିଭାଗରେ ମଧ୍ଯ ଗତ ୨୦୧୯-୨୦୨୦ ଓ ୨୦୨୦- ୨୦୨୧ ରେ ବ୍ୟାପକ ଦୁର୍ନିତୀ ହୋଇଥିବା ସୂଚନା ଅଧିକାର ତଥ୍ୟରୁ ଜଣାପଡ଼ିଛି। ଚାଷୀଙ୍କ ପାଇଁ ଆସିଥିବା ମାଗଣା ଚାରା ଗଛ, ଅଦା ପ୍ରଭୃତି ଜିନିଷ ବ୍ୟବସାୟୀଙ୍କୁ ବିକ୍ରୟ କରାଯାଇଥିବା ବେଳେ ନିଜ ନିଜ ଲୋକଙ୍କୁ ଅନୁକମ୍ପା ଦେଖାଇ ସବସିଡି ସ୍କିମ ଗୁଡ଼ିକ ଦିଆଯାଇ ଲକ୍ଷ ଲକ୍ଷ ଟଙ୍କା ତତ୍କାଳୀନ ଉଦ୍ୟାନ ଅଧିକାରିଣୀ ଆତ୍ମସାତ କରିଥିବା ଅଭିଯୋଗ ହେଉଛି। ନର୍ଲା କୃଷି ବିଭାଗର ତତ୍କାଳୀନ ଅଧିକାରିଣୀଙ୍କ ଏଭଳି ଦୁର୍ନୀତିର ଅଭିଯୋଗ ନେଇ ନର୍ଲାର କିଛି ଚାଷୀ ଭୁବନେଶ୍ୱର କୃଷି ଭବନ ପର୍ଯ୍ୟନ୍ତ ପହଞ୍ଚି କୃଷି ସଚିବଙ୍କ ନିକଟରେ ଅଭିଯୋଗ କରିବା ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହୋଇନି। ହେଲେ ନୂଆ ସରକାର ଆସିବା ପରେ ନର୍ଲା ଚାଷୀ ଅନେକ ଆଶା ବାନ୍ଧି ବସିଛନ୍ତି ନର୍ଲା ଚାଷୀଙ୍କ ଅର୍ଥ ହଡ଼ପ କରିଥିବା ଉପରୋକ୍ତ ଏ ଦୁଇ ଅଧିକାରିଣୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି। ଏବଂ ଏଥିପାଇଁ ବର୍ତ୍ତମାନର କୃଷି ମନ୍ତ୍ରୀଙ୍କୁ ସାକ୍ଷାତ କରିବା ପାଇଁ ମଧ୍ଯ ସଜବାଜ ହେଉଥିବା ଜଣାପଡ଼ିଛି। ହେଲେ ଦେଖାଯାଉ ଦୁର୍ନୀତିରେ ଲିପ୍ତ ଅଧିକାରୀଙ୍କୁ କଦାପି ଛଡାଯିବନି ବୋଲି ଦୃଢ ପ୍ରତିଶୃତି ଦେଉଥିବା ରାଜ୍ଯ ବିଜେପି ସରକାର ନର୍ଲାର ତତ୍କାଳୀନ ଦୁଇ କୃଷି ଅଧିକାରିଣୀ ମାନଙ୍କ ଉପରେ କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। 

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.