ଭୁଶୁଡ଼ି ପଡ଼ିଛି ଗ୍ରାମୀଣ ନ୍ୟାୟିକ ବ୍ୟବସ୍ଥା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଆଉ ପୂର୍ବପରି ନାହିଁ ଗ୍ରାମୀଣ ଜୀବନ। କମି ଯାଉଛି ଚମକ। ଗାଁ ଲୋକମାନେ ଧୀରେ ଧୀରେ ଗୋପାଳନ ପ୍ରତି ବିମୁଖ ହେଲେଣି। ଗୋଚର ଜମି ଜବରଦଖଲ ହୋଇ ଚାଲିଛି। ଏକ ସମୟରେ ପ୍ରତ୍ୟେକ ପରିବାରର ବାଡ଼ିରେ ପନିପରିବା ଚାଷ ହେଉଥିଲା। କିନ୍ତୁ ଆଜି ତାହା ମଧ୍ୟ ଦେଖିବାକୁ ମିଳୁ ନାହିଁ। ଗାଁରେ ହେଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ ଆଗଭଳି ଲୋକମାନଙ୍କ ମଧ୍ୟରେ ଏକତା କି ଆଗ୍ରହ ନାହିଁ। ମଠ ମନ୍ଦିର ଅବହେଳିତ ହୋଇ ପଡ଼ି ରହିଛି। ଗାଁ ଗାଁରେ ବେନିୟମ ମଦ କାରବାର ଚାଲିଛି। ନିଶା ସେବନ କରି ଯୁବପିଢି ପଥଭ୍ରଷ୍ଟ ହେଉଥିବା ଦେଖାଯାଉଛି। ନିଶାଡ଼ିମାନେ ଗ୍ରାମାଞ୍ଚଳରେ ବେଶି ଭୟର ବାତାବରଣ ସୃ୍‌ଷ୍ଟି କରୁଛନ୍ତି। କଥା କଥାକେ ଗଣ୍ଡଗୋଳ ମାରପିଟ।
ଦିନଥିଲା ଗାଁର ବଡ଼ ବଡ଼ ବିବାଦ ଭାଗବତ ଟୁଙ୍ଗିରେ ସମାଧାନ ହେଉଥିଲା। କିନ୍ତୁ ଆଜି ଛୋଟ ଛୋଟ କଥାରେ ଲୋକେ ଥାନାର ଦ୍ୱାରସ୍ଥ ହେଉଛନ୍ତି। ଗ୍ରାମୀଣ ନ୍ୟାୟିକ ବ୍ୟବସ୍ଥା ସଂପୂର୍ଣ୍ଣ ଭାବରେ ଭୁଶୁଡ଼ି ପଡ଼ିଛି। ପ୍ରତ୍ୟେକ ଗ୍ରାମରେ ରାଜନୀତି ପ୍ରବେଶ କଲାଣି। ଲୋକେ ଆଉ ଆଗଭଳି ସତ୍ୟ ଏବଂ ନ୍ୟାୟର ସମର୍ଥନ କରୁ ନାହାନ୍ତି। ଫଳରେ ପ୍ରତିଟି ଗାଁରେ ବିଶୃଙ୍ଖଳା ସୃଷ୍ଟି ହେଉଛି ଏବଂ ଧୀରେ ଧୀରେ ଏହା ଉଗ୍ରରୂପ ଧାରଣ କରି ଗ୍ରାମୀଣ ବିକାଶ କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି କରୁଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.