ଶିବରାମ ସାହୁ ହେଲେ ସୁବର୍ଣ୍ଣପୁର ପୌର ପରିଷଦରେ ବଲାଙ୍ଗୀର ସାଂସଦଙ୍କ ପ୍ରତିନିଧି

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ସହରର ବରିଷ୍ଠ ନାଗରିକ ଶିବରାମ ସାହୁ ଏବେ ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓଙ୍କ ସୁବର୍ଣ୍ଣପୁର ପୌର ପରିଷଦ ପାଇଁ ନୋମିନି ନିଯୁକ୍ତ ହୋଇଛନ୍ତି। ଶ୍ରୀ ସାହୁ ଜଣେ ସୁ ସଂଗଠକ, କଳା ସଂସ୍କୃତି ସାହିତ୍ୟ ପ୍ରେମୀ ଭାବରେ ଜିଲ୍ଲାରେ ବେଶ ଜଣାଶୁଣା ଥିବାବେଳେ ସେ ଏକ ଲମ୍ବା ସମୟ ଧରି ସହରର ମର୍ଯ୍ୟାଦା ଜନକ ଅନୁଷ୍ଠାନ ଚନ୍ଦ୍ର ଶେଖର ପାଠାଗାର ଓ ମହାନଦୀ ସାହିତ୍ୟ ସଂସଦର ସଂପାଦକ, ସଭାପତି ରହିଥିବା ବେଳେ ଗତ ନିର୍ବାଚନରେ ସୋନପୁର ବିଧାୟକ ପ୍ରାର୍ଥୀ ପ୍ରମୋଦ କୁମାର ମହାପାତ୍ରଙ୍କ ନିର୍ବାଚନୀ ଏଜେଣ୍ଟ ଓ ପରାମର୍ଶ ଦାତା ଭାବରେ‌ କର୍ତ୍ତବ୍ୟ ସମ୍ପାଦନ କରିଥିଲେ।

ସୋନପୁର ପୌର ପରିଷଦରେ ତାଙ୍କର ଚାକିରୀ କାଳରେ ଜନସୂଚନା ଅଧିକାରୀ ତଥା ବହୁ ଗୁରୁତ୍ବପୂର୍ଣ୍ଣ ପଦ ପଦବୀରେ ରହି ଜନସାଧାରଣଙ୍କ ମଧ୍ୟରେ ବହୁତ ବିଶ୍ଵାସ ଭାଜନ ହୋଇ ପାରିଛନ୍ତି। ବର୍ତ୍ତମାନ ତାଙ୍କୁ ପୌର ପରିଷଦରେ ସାଂସଦଙ୍କ ପ୍ରତିନିଧି ଭାବରେ କାମ କରିବାପାଇଁ ସୁଯୋଗ ମିଳିଥିବାରୁ ତାଙ୍କୁ ସମସ୍ତ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.