ସନ୍ତୋଷ କର ପାଇବେ ଜାତୀୟ ଶିକ୍ଷକ ପୁରସ୍କାର-୨୦୨୪

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଚଳିତବର୍ଷ ଜାତୀୟ ଶିକ୍ଷକ ପୁରସ୍କାର ପାଇଁ ଓଡ଼ିଶାରୁ ଦୁଇଜଣ ଶିକ୍ଷକ ମନୋନୀତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ଜୟଦୁର୍ଗା ହାଇସ୍କୁଲ, ନର୍ଲାରୋଡ଼ର ବିଜ୍ଞାନ ଶିକ୍ଷକ ସନ୍ତୋଷ କୁମାର କର। ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟର ଏକ ସ୍ବାଧୀନ କମିଟି ସାରା ଦେଶରେ ମୋଟ ୧୫୪ଜଣ ଶିକ୍ଷକଙ୍କୁ ଶର୍ଟଲିଷ୍ଟେଡ୍‌ କରି ସେଥିରୁ ୫୦ଜଣ ଶିକ୍ଷକଙ୍କୁ ୨୦୨୪ ଜାତୀୟ ଶିକ୍ଷକ ପୁରସ୍କାର ପାଇଁ ଚୟନ କରିଛନ୍ତି। ମାନ୍ୟବର ରାଷ୍ଟ୍ରପତି  ଦ୍ରୌପଦୀ ମୁର୍ମୁ ୫ ସେପ୍ଟେମ୍ବର ୨୦୨୪ରେ ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ କରିବେ। ପ୍ରତି ବର୍ଷ ଭାରତରେ ସେପ୍ଟେମ୍ବର ୫ ତାରିଖ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜୟନ୍ତୀ ଦିବସକୁ ଜାତୀୟ ଶିକ୍ଷକ ଦିବସ ଭାବେ ରୂପେ ପାଳନ କରା ଯାଇଥାଏ। ଜାତୀୟ ଶିକ୍ଷକ ପୁରସ୍କାରର ଉଦ୍ଦେଶ୍ୟ ହେଉଛି ଦେଶରେ ଶିକ୍ଷକ ମାନଙ୍କର ଅନନ୍ୟ ଅବଦାନକୁ ସ୍ୱୀକୃତି ପ୍ରଦାନ କରିବା ଏବଂ ଯେଉଁ ଶିକ୍ଷକମାନେ ନିଜ ପ୍ରତିବଦ୍ଧତା ଓ ନିଷ୍ଠା ବଳରେ କେବଳ ଶିକ୍ଷାର ଗୁଣବତ୍ତାରେ ଉନ୍ନତି କରି ନାହାନ୍ତି ବରଂ ସେମାନଙ୍କ ଛାତ୍ରଛାତ୍ରୀ ମାନଙ୍କ ଜୀବନକୁ ମଧ୍ୟ ସମୃଦ୍ଧ କରିଛନ୍ତି ସେହି ଶିକ୍ଷକ ମାନଙ୍କୁ ସମ୍ମାନିତ କରିବା।

ପୁରସ୍କାର ବିଜେତାମାନେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବା ପାଇଁ ମଧ୍ୟ ସୁଯୋଗ ପାଇବେ। ଅଭିନବ ଶିକ୍ଷାଦାନ, ଗବେଷଣା, ସାମୂହିକ ପ୍ରସାର ଏବଂ କାର୍ଯ୍ୟର ଅଭିନବତାକୁ ସ୍ୱୀକୃତି ଦେବା ଉଦ୍ଦେଶ୍ୟରେ ଅଂଶଗ୍ରହଣ (ଜନ ଭାଗିଦାରୀ)କୁ ସର୍ବାଧିକ କରିବା ପାଇଁ ଅନଲାଇନ ମାଧ୍ୟମରେ ନାମାଙ୍କନ ଆହ୍ୱାନ କରା ଯାଇଥିଲା। ମାନ୍ୟବର ଶିକ୍ଷା ମନ୍ତ୍ରୀ ଶିକ୍ଷକ ଚୟନ ପାଇଁ ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ନେଇ ତିନୋଟି ପୃଥକ ସ୍ୱାଧୀନ ଜାତୀୟ ଜୁରି ଗଠନ କରିଥିଲେ। ରାଷ୍ଟ୍ରୀୟ ଶିକ୍ଷକ ପୁରସ୍କାର ଦେଶର କେତେକ ଶ୍ରେଷ୍ଠ ଶିକ୍ଷକଙ୍କ ଅନନ୍ୟ ଅବଦାନକୁ ପାଳନ କରିବା ଏବଂ ସେହି ଶିକ୍ଷକମାନଙ୍କୁ ସମ୍ମାନିତ କରିବା, ଯେଉଁମାନେ ସେମାନଙ୍କର ପ୍ରତିବଦ୍ଧତା ଏବଂ ପରିଶ୍ରମ ଦ୍ୱାରା କେବଳ ବିଦ୍ୟାଳୟ ଶିକ୍ଷାର ଗୁଣବତ୍ତା ଉନ୍ନତି କରିନାହାଁନ୍ତି ବରଂ ସେମାନଙ୍କ ଛାତ୍ରମାନଙ୍କ ଜୀବନକୁ ମଧ୍ୟ ସମୃଦ୍ଧ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.