ଖଡ଼ିଆଳ କଲେଜର ରସାୟନ ବିଜ୍ଞାନ ବିଭାଗ ପକ୍ଷରୁ ଦୁଇ ଦିନିଆ କର୍ମଶାଳା 

ଓଡ଼ିଆ ବାର୍ତ୍ତା/ ଖଡ଼ିଆଳ: ଖଡ଼ିଆଳ ସ୍ଵୟଂଶାସିତ ମହାବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗ ତରଫରୁ ଦୁଇ ଦିନିଆ କର୍ମଶାଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ତରୁଣ କୁମାର ପ୍ରଧାନଙ୍କ ଦ୍ବାରା ଉଦଘାଟିତ ହୋଇଯାଇଛି l ଉକ୍ତ କର୍ମଶାଳାରେ “ସବୁଜ ଉଦ୍ଭାବନ ଦ୍ଵାରା ରସାୟନ ବିଜ୍ଞାନର ପୁନଃ ସଂଜ୍ଞା ନିରୂପଣ” ବିଷୟକ ଆଲୋଚନା ହୋଇଥିଲା l କାର୍ଯ୍ୟକ୍ରମରେ ପ୍ରତ୍ନତତ୍ତ୍ଵ ବିଭାଗ ପ୍ରାଧ୍ୟାପକ ଡ. ରଣବୀର ସିଂହ, ରାଜନୀତି ବିଜ୍ଞାନ ବିଭାଗୀୟ ମୁଖ୍ୟ ଅଧ୍ୟାପକ ସୁନୀଲ କୁମାର ପାଢ଼ୀ ସମ୍ମାନୀତ ଅତିଥି ଭାବରେ ଯୋଗଦାନ କରିଥିଲେ l ରସାୟନ ବିଜ୍ଞାନ ବିଭାଗ ଅଧ୍ୟାପିକା ରାଜଲକ୍ଷ୍ମୀ ରଥ ଅତିଥି ପରିଚୟ ପ୍ରଦାନ କରିଥିଲେ l ଅତିଥି ମାନଙ୍କ ଦ୍ଵାରା ଦୀପ ପ୍ରଜ୍ଜ୍ଵଳନ ପରେ ବିଭାଗୀୟ ଅଧ୍ୟାପକ/ଅଧ୍ୟାପିକା ଶ୍ରୀ ସମୀର ଦାସ, ଶ୍ରୀ ଶ୍ରୀକାନ୍ତ ପ୍ରଧାନ, ସୁଶ୍ରୀ ଲିପସା ବାରିକ ଶ୍ରୀ ବିପିନ୍ ବିଶି ପ୍ରମୂଖ ସବୁଜ ରସାୟନ ଦ୍ଵାରା ସମାଜର କିପରି ଉନ୍ନତି ହୋଇ ପାରିବ ସେହି ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ l

ପରବର୍ତ୍ତୀ ସମୟରେ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ନିବନ୍ଧ ଉପସ୍ଥାପନା କରାଯାଇଥିଲା l ପ୍ରଥମ ଦିବସରେ ଛାତ୍ରଛାତ୍ରୀ ରଶ୍ମିତା ନାଏକ, ଅଞ୍ଜନ ସାହୁ, ଭାରତୀ ନାଏକ, ବିଶ୍ଵ ନାଏକ, ପୁଷ୍ପାଞ୍ଜଳୀ ନାଏକ, ଝସକେତନ ପଟେଲ,ଅଙ୍କିତ ନାଏକ, ସନ୍ତୋଷିନି ସାହୁ, ସୂର୍ଯ୍ୟମଣି ନାଏକ, ଅମିତ ସାହୁ, ସତ୍ୟବ୍ରତ ନିଆଲ, ଏବଂ ଲକ୍ଷ୍ମଣ ପଟେଲ ପ୍ରମୂଖ ବାର ଜଣ ତାଙ୍କର ନିବନ୍ଧ ପାୱାର ପଏଣ୍ଟ ମାଧ୍ୟମରେ ଉପସ୍ଥାପନ କରିଥିଲେ l ଶେଷରେ ସାହିଲ ଖାନ୍ ଧନ୍ୟବାଦ୍ ଅର୍ପଣ କରିଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.