ମହିଳାଙ୍କ ଫଟୋ ଭାଇରାଲ ପ୍ରସଙ୍ଗ: ଫେରାର ୩ ଅଭିଯୁକ୍ତଙ୍କୁ ଧରିବାରେ ବିଫଳ ପୋଲିସ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଥାନା ଅଞ୍ଚଳର ଏକ ସମ୍ବେଦନଶୀଳ ଘଟଣାକୁ ନେଇ ଚର୍ଚ୍ଚା ଆଲୋଚନା ଜୋର ଧରିଛି। ଏଡିଟିଙ୍ଗ କରି ଫଟୋ ଭାଇରାଲ କରିଥିବା ଅଭିଯୋଗରେ ଜଣେ ମହିଳା ୬ ଜଣ ଯୁବକଙ୍କ ନାମରେ ନର୍ଲା ଥାନାରେ ଏତଲା ଦାଏର କରିଥିଲେ। ତେବେ ସେମାନଙ୍କ ମଧ୍ୟରୁ ତିନିଜଣ ଅଭିଯୁକ୍ତ କୋର୍ଟ ଚାଲାଣ ହୋଇଥିବା ବେଳେ ଆଉ ତିନି ଅଭିଯୁକ୍ତ ଫେରାର ଅଛନ୍ତି। ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ଯୁବକମାନେ ରୁପ୍ରାରୋଡର ସାମ୍ବାଦିକ ସଞ୍ଜୀବ ଦାସ, ତୁଳାଗାଁର ରେଳବାଇ କର୍ମଚାରୀ କିରଣ ମହାନନ୍ଦ, ଅର୍ଜୁନ ଗାଁର ଡ୍ରାଇଭର ମହେଶ ସା ହୋଇଥିବାବେଳେ ଫେରାର୍ ତିନି ଅଭିଯୁକ୍ତ ରୁପ୍ରାରୋଡର ଆଶୁ ଅଗ୍ରୱାଲ ଓରଫ କାଠ୍ ବେଙ୍ଗ୍, ରୋମାଞ୍ଚଳ ଡାକୁଆ ଓରଫ ମିଟୁ ଏବଂ ମଣ୍ଟୁ ଦାସ। ତେବେ ଅଗଷ୍ଟ ୩୧ରେ ମାମଲା ରୁଜ୍ଜୁ ହୋଇଥିଲେ ମଧ୍ୟ ଏହି ୩ ଅଭିଯୁକ୍ତଙ୍କୁ ବର୍ତ୍ତମାନ ସୁଦ୍ଧା ପୋଲିସ ଗିରଫ କରିପାରିନଥିବାରୁ ଅଞ୍ଚଳରେ ଅସନ୍ତୋଷର ବାତାବରଣ ଦେଖାଦେଇଛି।

Omkar Vasthu
Omkar Vasthu

ଜନସାଧାରଣଙ୍କ କହିବା କଥା; ଏହି ଘଟଣାରେ ଅଭିଯୁକ୍ତମାନଙ୍କୁ ଫେରାର କରାଇବାରେ କାହାର ହାତ ରହିଛି ନା ପୋଲିସ୍ ଏମାନଙ୍କୁ ସୁରକ୍ଷା ଦେଇଛି? ଏଥିରେ କିଛି ଅର୍ଥ କାରବାର ହୋଇଛି କି? ଏଭଳି ଅନେକ ପ୍ରଶ୍ନ ଉଠୁଛି? ପିଡିତା ମହିଳା ଥାନାକୁ ଅଭିଯୋଗ କରିବାକୁ ଯାଇଥିବା ଦିନ ତାଙ୍କ ଏଫଆଇଆର ଗ୍ରହଣ କରାଗଲା ନାହିଁ। ଓଲଟା ପାଞ୍ଚଜଣ ପୁରୁଷଙ୍କ ସମ୍ମୁଖରେ ଆଇଆଇସି ଓଲଟ ପାଲଟ ତଥା ଅଶ୍ଲିଳ ଢଙ୍ଗରେ କଥା ପଚାରିଥିବା କହିଛନ୍ତି ଅଭିଯୋଗକାରିଣୀ। ଏହାର ପରଦିନ ମହିଳାଙ୍କ କେସ ରୁଜ୍ଜୁ ହୋଇଥିବାରୁ ଅଭିଯୁକ୍ତମାନେ ଫେରାର ହେବାକୁ ସଂପୂର୍ଣ୍ଣ ସୂଯୋଗ ପାଇଲେ। ମହିଳା ଜଣକ କଳାହାଣ୍ଡି ଏସପିଙ୍କ ଦ୍ବାରସ୍ଥ ହୋଇଛନ୍ତି ଏବଂ ନ୍ୟାୟ ପାଇବେ ବୋଲି ଆଶା ରଖିଛନ୍ତି। ଅନ୍ୟପକ୍ଷରେ ଅଭିଯୁକ୍ତମାନଙ୍କୁ ଧରିବାରେ ପୋଲିସର ଉଦାସୀନତା ଯୋଗୁଁ କ୍ଷୋଭ ପ୍ରକାଶ କରିଛନ୍ତି ସଂପୃକ୍ତ ପିଡିତା ମହିଳା।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.