ସଇଁତଲାରେ ସୁଭଦ୍ରା ଯୋଜନା ରଥର ଶୁଭାରମ୍ଭ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ କାର୍ଯ୍ୟାଳୟ ପରିସରରେ ଶନିବାର ସୁଭଦ୍ରା ରଥକୁ ମୁଖ୍ୟଅତିଥି ଭାବରେ ସଇଁତଲା ବିଡ଼ିଓ ବିନୟ କୁମାର ଭୋଇ ଯୋଗଦାନ କରିଥିବାବେଳେ ସମ୍ମାନିତ ଅତିଥି ସାଂସଦ ନୋମିନି ଅକ୍ଷୟ ରଣା, ସଇଁତଲା ସିଡିପିଓ ଗୁଳାପି ନାଏକ ଓ ଟିଟିଲାଗଡ଼ ସିଡିପିଓ ସୁଷମା ପାଢ଼ୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସବୁଜ ପତାକା ଦେଖାଇ ଆନୁଷ୍ଠାନିକ ଭାବରେ ସୁଭଦ୍ରା ଯୋଜନାକୁ ଶୁଭାରମ୍ଭ କରିଛନ୍ତି l ଏହି ସୁଭଦ୍ରା ରଥ 5 ଦିନ ସଇଁତଲା ବ୍ଲକ 22 ଗୋଟି ପଞ୍ଚାୟତ ପରିଭ୍ରମଣ କରି ମହିଳା ହିତାଧିକାରୀମାନଙ୍କୁ ଯୋଜନା ସମ୍ପର୍କରେ ସଚେତନତା କରିଵା ସହ ରଥ ଟିଟିଲାଗଡ଼ ବ୍ଲକର ବିଭିନ୍ନ ପଞ୍ଚାୟତକୁ ଯାଇ ଯୋଜନା ସଂପର୍କରେ ଅବଗତ କରିବ l ଏହି ଯୋଜନାରେ ମହିଳା ହିତାଧିକାରୀମାନଙ୍କୁ ବାର୍ଷିକ କିସ୍ତି 10 ହଜାର ଟଙ୍କା ରୁ 5 ହଜାର ଟଙ୍କା ଲେଖାଏଁ 2ଟି କିସ୍ତିରେ ଜମା କରାଯିବ l ପ୍ରତିବର୍ଷ ପ୍ରଥମ କିସ୍ତି ରାକ୍ଷୀ ପୂର୍ଣ୍ଣିମା ଓ ଦ୍ଵିତୀୟ କିସ୍ତି ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ହିତାଧିକାରୀମାନଙ୍କୁ ପ୍ରଦାନ କରାଯିବ ବୋଲି ଉଲ୍ଲେଖ ରହିଛି l

ଏହି ସମୟରେ ସୁପରଭାଇଜର କ୍ଷୀମନ୍ତିନୀ ମଲ୍ଲିକ, ପ୍ରଭାତ ନଳିନୀ ପଣ୍ଡା, ପ୍ରୋଗ୍ରାମ ଆସିଷ୍ଟାଣ୍ଟ ସୁନିତା ଭରାସାଗର , କ୍ୟାସିୟର ତରୁଣ ଧରୁଆ, କାର୍ଯ୍ୟ ନିର୍ବାହୀ ଅଧିକାରୀ ରୁଦ୍ରାକ୍ଷ ଥପା, ପିଏ ହେମନ୍ତ ଭୋଇ, ଅକ୍ଷୟ ସାହୁ, ମତିଲାଲ ଖମାରୀ, ଅଶୋକ ପ୍ରଧାନ, ରାଜାରାମ ଭୋଇ, ନନ୍ଦୀ ସାହୁ, ଗୋପୀନାଥ ବଗର୍ତି, ରିଚପାଳ ଦୋରା ଙ୍କ ସମେତ ଅଙ୍ଗେନୱାଡି କର୍ମୀ, ଏମବିକେ, ସିଆରପିସିଏମ ଓ ସାମ୍ବାଦିକମାନେ ଉପସ୍ଥିତ ଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.