ଦୁଇଦିନ ଧରି ବାଲିପଡା ଅଞ୍ଚଳରେ ବିଦ୍ୟୁତ କାଟ: ଟାଟା ପାୱାର ଅଫିସ ଘେରାଉ କଲେ ଶତାଧିକ ଜନତା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ଭାନପୁର ଗ୍ରାମ ପଞ୍ଚାୟତର ବାଲିପଡା, କମେଗାଁ, ବାଗପୁର ଗ୍ରାମ ପଞ୍ଚାୟତ ଅଧିନସ୍ଥ ବାଗପୁର, ଜାମପଡା, ପିପଲପଦର, କେରାଣ୍ଡିଖୁଣ୍ଟି ପ୍ରଭୃତି ଗ୍ରାମରେ ଗତ ଗୁରୁବାର ରାତିରୁ ପ୍ରତ୍ୟହ ସଂଧ୍ୟାରେ ବିଦ୍ୟୁଟ କାଟକୁ ନେଇ ଗତକାଲି ଶୁକ୍ରବାର ରାତି ୮ ଟା ରେ ବାଲିପଡାର ସମରେନ୍ଦ୍ର ଭୋଇ ଓ ଲୋଚନ ସାହୁଙ୍କ ନେତୃତ୍ୱରେ ଅମନ ସାହୁ, ବାଗପୁର ସରପଞ୍ଚ ଗୋପାଳ ହାତୀ, ଜିତୁ ପଧାନ, ଅଶୋକ ବାରିକ, ନରେଶ ବାଗ, ବାଲାଜି ବେହେରା, ପ୍ରବୀଣ ରଣାଙ୍କ ସମେତ ଶତାଧିକ ଯୁବକ ନର୍ଲା ଟାଟା ପାୱାର ଅଫିସ ଘେରାଓ କରି ଦୁଇଦିନ ଧରି ପ୍ରତ୍ୟହ ସଂଧ୍ୟାରୁ ସକାଳ ୭ ଟା ଯାଏଁ ବିଦ୍ୟୁତ କାଟ ନେଇ ହୋ ହଲ୍ଲା କରିବା ସହିତ ଏହାର ପ୍ରତିବାଦ କରିଥିଲେ । ଏଠାରେ ପ୍ରକାଶ ଯୋଗ୍ୟ ଯେ ଗତ ୧୦ ବର୍ଷ ଧରି ନର୍ଲା ତଥା ନର୍ଲା ଆଖପାଖ ଅଞ୍ଚଳରେ ହାତୀ ଉପଦ୍ରବ ଲାଗି ରହିଛି ।ଜଙ୍ଗଲ ଅଞ୍ଚଳ ଦେଇ ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଷରେ ଆସି ଅନେକ ସମୟରେ ହାତୀ ମୃତ୍ୟୁ ବରଣ କରୁଥିବା ନେଇ ସଂଧ୍ୟାରୁ ସକାଳ ଯାଏଁ ବିଦ୍ୟୁତ କାଟ କରି ଆସୁଥିଲା ବିଦ୍ୟୁତ ବିଭାଗ । ଏଥିପାଇଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । କୋଉଠି ଗୋଟେ କୌଣସୀ କାରଣରୁ ହାତୀ ମରିଗଲେ ବିଦ୍ୟୁତ ତାରକୁ ଦାୟୀ କରି ମାସ ମାସ ଧରି ପ୍ରତ୍ୟହ ସଂଧ୍ୟାରେ ବିଦ୍ୟୁତ କାଟ ନୀତି ବିଦ୍ୟୁତ ବିଭାଗର ଏକ ଚିରାଚରିତ ଅଭ୍ୟାସ ରେ ପରିଣତ ହୋଇଗଲାଣି । ଏହାବାଦ ୨୦୧୫ ମସିହାରୁ ଜଙ୍ଗଲ ଆଖପାଖ ଦେଇ ଯାଇଥିବା ବିଦ୍ୟୁତ ତାର ସବୁକୁ ସରକାର “ଇନସୋଲେଟେଡ” କରିବେ ବୋଲି ଘୋଷଣା କରି ଆସୁଛନ୍ତି ହେଲେ ଆଜକୁ ୯ ବର୍ଷ ବିତି ଯାଇଥିଲେ ମଧ୍ୟ ବିଦ୍ୟୁତ ତାର “ଇନସୋଲେଟେଡ” ହୋଇପାରୁନି । ହାତୀ ମୃତ୍ୟୁ ହେଲେ ଆଖପାଖ ଗାଁର ବିଦ୍ୟୁତ କାଟ କରୁଛି ବିଦ୍ୟୁତ ବିଭାଗ ।

Omkar Vasthu
Omkar Vasthu

ଗତ ବୁଧବାର ସଂଧ୍ୟାରେ ଏକ ଚାରିଟିକିଆ ହାତୀପଲ ନର୍ଲା ନବୋଦ୍ଦୟ ବିଦ୍ୟାଳୟ ଆଖପାଖ ଚାଷ ଜମିରେ ଚରାବୁଲା କରୁଥିଲେ । ବୁଧବାର ରାତି, ଗୁରୁବାର ସକାଳେ ଏକ ମାଈ ହାତୀ ମରିପଡିଥିବାର ଲୋକେ ଦେଖି ବନ ବିଭାଗ କୁ ଖବର କରିଥିଲେ । ହାତୀ ମୃତ୍ୟୁ ସ୍ଥଳିରୁ ଅନେକ ଦୂରରେ ବିଦ୍ୟୁତ ତାର ରହିଥିବା ବେଳେ ଉକ୍ତ ମାଈ ହାତୀର ମୃତ୍ୟୁ ରହସ୍ୟ ଏଯାଏଁ ଜଣାପଡିଲା ନାହିଁ । ଉକ୍ତ ହାତୀ ମୃତ୍ୟୁ ପରେ ନର୍ଲାରୁ ବାଲିପଡା ଯାଇଥିବା ଲାଇନକୁ ଗୁରୁବାର ସଂଧ୍ୟା ୬ ଘଣ୍ଟାରୁ କାଟି ଦିଆଯାଇଥିଲା ଓ ସକାଳ ୭ ଟା ବେଳେ ବିଦ୍ୟୁତ ସଂଯୋଗ କରାଯାଇଥିଲା । ଶୁକ୍ରବାର ମଧ୍ୟ ଏହାର ପୁନରାବୃତି ଘଟିବାରୁ ବାଲିପଡା ତଥା ଆଖପାଖ ଅଞ୍ଚଳର ଶତାଧିକ ଲୋକ ରାତ୍ର ୮ ଘଣ୍ଟା ସମୟରେ ନର୍ଲା ଟାଟା ପାୱାର ଗ୍ରୀଡ ଅଫିସକୁ ଆସି ଘେରାଉ କରିବା ସହିତ ହୋ ହଲ୍ଲା କରି ଏହାର ପ୍ରତିବାଦ କରିଥିଲେ । ଏହି ସମୟରେ ବିଭାଗୀୟ ଏସଡିଓ କିମ୍ବା ପ୍ରଶାସନିକ ଅଧିକାରୀ କେହି ନଥିଲେ । କେବଳ ନର୍ଲା ପୋଲିସ ଉପସ୍ଥିତ ରହି ଜନସାଧାରଣଙ୍କୁ ଶାନ୍ତ୍ବନା ଦେଇଥିଲା । ଏହାପରେ ବିଭାଗ ତରଫରୁ ରାତି ୯ ଘଣ୍ଟା ସମୟରେ ବିଜୁଳି ସଂଯୋଗ ଦେବାପରେ ଘେରାଓ କାରୀ ଚାଲିଯାଇଯିବା ସହ ଯଦି ଏହାର ପୁନରାବୃତ୍ତି ଘଟେ ତାହେଲେ ଆଗାମୀ ଦିନରେ ବଡ ଧରଣର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.