ଫକୀରମୋହନ ସାହିତ୍ୟ ପରିଷଦର ରତ୍ନୋତ୍ସବ ଉଦଯାପନୀ ଉତ୍ସବରେ ସମ୍ବର୍ଦ୍ଧିତ ହେଲେ ଯୁବ ସାମ୍ବାଦିକା ପ୍ରତ୍ୟାଶା ପ୍ରିୟମ୍ବଦା

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ସାହିତ୍ୟ ପରିଷଦ ଆନୁକୂଲ୍ୟରେ ଶନିବାର ସନ୍ଧ୍ୟାରେ ଶାନ୍ତିକାନନ ଠାରେ ଆୟୋଜିତ ରତ୍ନୋତ୍ସବ ଉଦଯାପନୀ ସମାରୋହ ଅବସରରେ ଅନ୍ୟମାନଙ୍କ ସହ ବାଲେଶ୍ଵରର ଯୁବ ସାମ୍ବାଦିକା ପ୍ରତ୍ୟାଶା ପ୍ରିୟମ୍ବଦା ମହାନ୍ତିଙ୍କୁ ବାଲେଶ୍ଵର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ସମ୍ବର୍ଦ୍ଧିତ କରିଛନ୍ତି। ସମ୍ବର୍ଦ୍ଧନା ଗ୍ରହଣ କରିବା ବେଳେ ମଞ୍ଚାସୀନ ଅତିଥି ବାଲେଶ୍ଵର ବିଧାୟକ ମାନସ କୁମାର ଦତ୍ତ, ବାଲେଶ୍ଵର ପୌରପାଳିକାର ଅଧ୍ୟକ୍ଷା ସବିତା ସାହୁ, ବିଶିଷ୍ଟ ସାହିତ୍ୟିକ ଡକ୍ଟର ପ୍ରହ୍ଲାଦ ଚରଣ ମହାନ୍ତି ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ।

Omkar Vasthu
Omkar Vasthu

ଶନିବାର ଅପରାହ୍ନ ୫ଟା ୩୦ ସମୟରେ କବିତୀର୍ଥ ଶାନ୍ତିକାନନ ଠାରେ ରତ୍ନୋତ୍ସବ ଉଦଯାପନୀ ସମାରୋହ ଓ ‘ରତ୍ନଶ୍ରୀ’ ପୁସ୍ତକ ଉନ୍ମୋଚନ ଅନୁଷ୍ଠିତ ହୋଇଥିଲା। ଏହି ଆସରରେ ପ୍ରତ୍ୟାଶାଙ୍କୁ ତାଙ୍କର ସାମ୍ବାଦିକତା କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏହା ବ୍ୟତୀତ ଡକ୍ଟର ନଗେନ୍ଦ୍ର କୁମାର ମହାପାତ୍ର, ଜୟନ୍ତୀ ଜେନା, ହଳଧର ପଣ୍ଡା, ନରେଶ କୁମାର ଲେଙ୍କା, ରବି କୁମାର ପାଣିଗ୍ରାହୀ ପ୍ରଭୃତିଙ୍କୁ ମଧ୍ୟ ଜିଲ୍ଲାପାଳ ସମ୍ମାନିତ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

ଏହି ରତ୍ନୋତ୍ସବ ଉଦଯାପନୀ ସମାରୋହକୁ ବାଲେଶ୍ଵର ବିଧାୟକ ମାନସ କୁମାର ଦତ୍ତ ଉଦଘାଟନ କରିଥିବା ବେଳେ ଏଥିରେ ପୌରୋହିତ୍ୟ କରିଥିଲେ ପରିଷଦର ସଭାପତି ଡକ୍ଟର ଲକ୍ଷ୍ମୀକାନ୍ତ ତ୍ରିପାଠୀ। ଏଥିରେ ମୁଖ୍ୟ ଅତିଥି ଭାବରେ ବାଲେଶ୍ଵର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଏବଂ ବରେଣ୍ୟ ଅତିଥି ଭାବେ ବାଲେଶ୍ଵର ପୌରପାଳିକାର ପୌରାଧ୍ୟକ୍ଷା ସବିତା ସାହୁ ଓ ବିଶିଷ୍ଟ ଶିକ୍ଷାବିତ ଓ ବୟୋଜ୍ୟେଷ୍ଠ ସାରସ୍ବତ ସାଧକ ଡକ୍ଟର ପ୍ରହ୍ଲାଦ ଚରଣ ମହାନ୍ତି ଯୋଗ ଦେଇଥିଲେ। ସୂଚନା ଯୋଗ୍ୟ ଯେ, ପ୍ରତ୍ୟାଶା ଏବେ ‘ସକାଳ’ ଖବରକାଗଜର ବାଲେଶ୍ଵର ପ୍ରତିନିଧି ଭାବରେ କାର୍ଯ୍ୟ କରୁଥିବା ବେଳେ ଫିଚର୍ ଏବଂ ଗଳ୍ପ ଲେଖି ପୂର୍ବରୁ ସେ ବହୁ ଅନୁଷ୍ଠାନ ପକ୍ଷରୁ ପୁରସ୍କାର ପାଇଥିବା ବେଳେ ଏହି ସମ୍ମାନ ପ୍ରାପ୍ତି ତାଙ୍କୁ ତାଙ୍କ କାର୍ଯ୍ୟରେ ଆହୁରି ଦାୟିତ୍ଵଶୀଳ କରିବ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.