କଳିକେଶ ହେଲେ ରାଇଫଲ୍ ଏସୋସିଏସନ ଅଫ୍ ଇଣ୍ଡିଆର ସଭାପତି

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ରାଇଫଲ୍ ଏସୋସିଏସନ ଅଫ୍ ଇଣ୍ଡିଆର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ। ଗତକାଲି ଦିଲ୍ଲୀରେ ବିଧାୟକ କଳିକେଶ ରାଇଫଲ୍ ଏସୋସିଏସନ୍‌ର ଅଫ୍ ଇଣ୍ଡିଆ (ଏନ୍‌ଆର୍‌ଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଦୀର୍ଘଦିନ ଧରି ଦାୟିତ୍ବରେ ଥୂବା ସଭାପତି ରଣେନ୍ଦର ସିଂଙ୍କ ଇସ୍ତଫା ପରେ ଗତ ବର୍ଷ ଠାରୁ ଏନ୍‌ଆର୍‌ଏଆଇର ସମସ୍ତ କାର୍ଯ୍ୟ ପରିଚଳନା କରି ଆସୁଥିଲେ କଳିକେଶ। ଆଜି ବିଧିବଦ୍ଧ ଭାବେ କଳିକେଶ ରାଇଫଲ୍ ଏସୋସିଏସନ ଅଫ୍ ଇଣ୍ଡିଆର ସଭାପତି ଭାବେ ନିର୍ବାଚିତ ହେବା ପରେ ସୁବର୍ଣ୍ଣପୁର ତଥା ବଲାଙ୍ଗିର ସାଂସଦ କ୍ଷେତ୍ର ସମେତ ସାରା ରାଜ୍ୟରୁ କଳିକେଶଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟୁଥିବା ଦେଖିବାକୁ ମିଳିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.