ନବରାତ୍ରୀରେ କୁମାରୀ ପୂଜା

ରଜତ ବଂଶଳ 

ଦେବୀ ପୁରାଣ ଅନୁଯାୟୀ ଯେତେବେଳେ ଦେବରାଜ ଇନ୍ଦ୍ର ଭଗବାନ ଦେବୀ ଭଗବତୀଙ୍କୁ ଖୁସି କରିବା ପାଇଁ ବ୍ରହ୍ମାଙ୍କୁ ପଦ୍ଧତି ମାଗିଥିଲେ, ସେତେବେଳେ ସେ କୁମାରୀ ପୂଜାପାଠକୁ ସର୍ବୋତ୍ତମ ପଦ୍ଧତି ବୋଲି କହିଥିଲେ। କୁହାଯାଏ ନଅ ଜଣ ଝିଅ ଦେବୀ ଦୁର୍ଗାଙ୍କ ନଅଟି ରୂପ। ତେଣୁ ଶାରଦୀୟ ନବରାତ୍ରୀର ଅଷ୍ଟମୀ ଓ ନବମୀ ତିଥିରେ ଛୋଟ ଛୋଟ ଝିଅଙ୍କୁ ଭୋଜନ ଦେଇ ତୃପ୍ତ କରାଯାଏ।

ସେମାନଙ୍କୁ ବସ୍ତ୍ର ଓ ଅନ୍ୟାନ୍ୟ ବସ୍ତୁ ଦାନ କରିବାସହ ପ୍ରଣାମ କରାଯାଏ। ବିଶ୍ୱାସ ରହିଛି, ନବରାତ୍ରିରେ କୁମାରୀ ପୂଜା କଲେ ମାଆ ଦୁର୍ଗା ପ୍ରସନ୍ନ ହୁଅନ୍ତି। ଭକ୍ତଙ୍କ ମନବାଞ୍ଝା ପୂର୍ଣ୍ଣ କରନ୍ତି ଜଗତଜନନୀ। ଶାସ୍ତ୍ର ଅନୁସାରେ, କନ୍ୟା ପୂଜନ କରିବା ଦ୍ୱାରା ସୁଖ ଶାନ୍ତି ପ୍ରାପ୍ତ ହୁଏ। ମୋକ୍ଷ ପ୍ରାପ୍ତି ନେଇ ବି ବିଶ୍ୱାସ ରହିଛି। 

ପ୍ରସାର ପରିଚାଳକ, ଓଡ଼ିଆ ବାର୍ତ୍ତା 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.