ଦୁଗ୍ଧ ଚାଷୀ ମାନଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ଅନ୍ତର୍ଗତ ଲଛିପୁର ଦୁଗ୍ଧ ଉତ୍ପାଦକ ସମବାୟ ସମିତି ଲଛିପୁରଠାରେ ସମଲେଶ୍ବରୀ ଆଞ୍ଚଳିକ ସମବାୟ ଦୁଗ୍ଧ ଉତ୍ପାଦକ ସଂଘ ନିଃ ସମ୍ବଲପୁର ତରଫରୁ ଦୁଗ୍ଧ ଚାଷୀମାନଙ୍କ ଜୀବିକା ଓ ଆର୍ଥିକ ଅଭିବୃଦ୍ଧି ଉଦ୍ଦେଶ୍ୟରେ ଦୁଗ୍ଧ ଚାଷୀ ମାନଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାସ ଯୋଗଦାନ କରି ସୋନପୁର ବ୍ଲକର ଏହି କାର୍ଯ୍ୟକ୍ରମ ଦିବସ ଉପଲକ୍ଷେ ପ୍ରଥମ ଦିନରେ ସଂଗୃହିତ ହୋଇଥିବା ପ୍ରାୟ ୨୦୦ ଲିଟର ଦୁଗ୍ଧ ରୁ ଅଧିକ ନୂତନ ଭାବେ ଗଠିତ ବସଲାଟ, ଚହଟାଖୋଲ, ବ୍ରାହ୍ମଣୀପାଲି, ରାଣୀସର୍ଡା ଓ ଖଗସାକଣା ରେ ପରିଚାଳିତ ୫ ଗୋଟି କ୍ଷୀର ଧାରା କେନ୍ଦ୍ରକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିବା ସହିତ କାର୍ଯ୍ୟକ୍ରମରେ ଉପସ୍ଥିତ ପ୍ରାୟ ୨୦୦ ଜଣ ଦୁଗ୍ଧ ଚାଷୀ ମାନଙ୍କୁ ଗୋପାଳନ ମାଧ୍ଯମରେ ଗ୍ରାମାଞ୍ଚଳରେ ଆତ୍ମନିଯୁକ୍ତି ସୃଷ୍ଟି ସହିତ ନିଜ ନିଜ ର ଆର୍ଥିକ ଅଭିବୃଦ୍ଧି କରିବାପାଇଁ ପରାମର୍ଶ ଦେଇଥିଲେ। ଗୋପାଳନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଲଛିପୁର ସମିତିର ଚାରି ଜଣ ଅଗ୍ରଣୀ ଦୁଗ୍ଧ ଚାଷୀ ଇଛିପୁର ସମିତି ର ସଭ୍ୟ ଶ୍ରୀଯୁକ୍ତ ସୁଦାମ କଲତାଙ୍କୁ ଅଧିକ ପରିମାଣ ଦୁଗ୍ଧ ଉତ୍ପାଦନ ପାଇଁ, ଡୋଲେଶ୍ବର୍ କଲତାଙ୍କୁ ସମିତିକୁ ସର୍ବାକ ଗୁଣବତ୍ତା ଦୁଗ୍ଧ ଯୋଗାଣ ପାଇଁ, ସଭ୍ୟ କୁଞ୍ଜଲତା ବାରିକକୁ ଦୁଗ୍ଧ ଉତ୍ପାଦନ ଖର୍ଚ୍ଚ କମାଇବା ଉଦ୍ଦେଶ୍ୟରେ ଉନ୍ନତ ପ୍ରଜାତିର ଘାସ ଚାଷ କରିଥିବା ନିମନ୍ତେ ତଥା ସଭ୍ୟା ଶ୍ରୀମତୀ ଗୀତାଞ୍ଜଳି ସାହୁଙ୍କୁ ଇନ୍ନଡ ଧରଣର ମାଈ ବାଛୁରୀ ପାଳନ ପାଇଁ ଜିଲ୍ଲାପାଳ ମହୋଦୟା ମାନପ‌ତ୍ର ଓ ଉପଢୌକନ୍ ଦେଇ ସମ୍ମାନିତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଉପ ଜିଲ୍ଲାପାଳ ସୌମ୍ୟାରୂପା ରଥ, ବିଡିଓ ସୌମ୍ୟରଞ୍ଜନ ସ୍ୱାଇଁ, ତହସିଲଦାର ଯୋଗେଶ୍ୱର ଧରୁଆ, ସମଲେଶ୍ବରୀ ଦୁଗ୍ଧ ସଙ୍ଘର ସଭାପତି ବିଦ୍ୟାଧର ପ୍ରଧାନ ପ୍ରମୁଖ ମଂଚାସୀନ ରହିଥିବା ବେଳେ ସମଲେଶ୍ବରୀ ଦୁଗ୍ଧ ସଙ୍ଘ କ୍ଷେତ୍ରକର୍ମଚାରି ସନ୍ତୋଷ କୁମାର ମହାନ୍ତି, ସୁଶାନ୍ତ କୁମାର ମହାକୁର, ସହଦେବ ସତପଥ୍, ଅମୂଲ୍ୟ ଓଝା, ଭରତ ବେହେରା, ପୂର୍ବଚନ୍ଦ୍ର ପ୍ରଧାନ, ରାଜେନ୍ଦ୍ର ସାହୁ, ଲିଙ୍ଗରାଜ ଭୁଏ, ଶ୍ରୀମତୀ ଆରତୀ ମିଶ୍ର, ସରୋଜିନୀ ବାରିକ, ସୁପ୍ରଭା ବିଶ୍ବାଳ ଆଦି ଉପସ୍ଥିତି ରହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ଶେଷରେ ସଂଘ ର କନିଷ୍ଠ ପରିଚାଳକ ସଞ୍ଜୀବ କୁମାର ଶତପଥୀ ଧନ୍ୟବାଦ୍ ପ୍ରଦାନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.