ଫକୀରମୋହନ ବିଶ୍ୱବିଦ୍ୟାଳୟ ଦ୍ବାରା ‘ପୋଷଣ ମାସ’ କାର୍ଯ୍ୟକ୍ରମ ଉଦଯାପିତ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ବିଶ୍ବବିଦ୍ୟାଳୟର ସମାଜସେବା ବିଭାଗ ଓ ଜନସଂଖ୍ୟା ଅଧ୍ୟୟନ ବିଭାଗ ମିଳିତ ଉଦ୍ୟମରେ ବିଗତ ଏକ ମାସ ଧରି ଚାଲୁଥିବା ‘ପୋଷଣ ମାସ’ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ପ୍ରେରଣାରେ ଏହାକୁ କାର୍ଯ୍ୟକ୍ଷମ କରାଯାଇଥିଲା।

ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଜ ଅନୁଭୂତି ଓ ସମାଜ ଗଠନରେ ଦାୟିତ୍ଵ ବିଷୟରେ ଉଦବୋଧନ ଦେଇଥିଲେ ଓ ଜନସଂଖ୍ୟା ଅଧ୍ୟୟନର ଅଧ୍ୟାପକ ଡ଼କ୍ଟର ଜଗନ୍ନାଥ ବେହେରା,‌ ‘ପୋଷଣ ମାସ ‘ ର ଉଦ୍ଦେଶ୍ୟ ତଥା ଉପକାରିତା ବିଷୟରେ ବିବରଣୀ ଦେଇଥିବା ବେଳେ ବିଭାଗର ସଂଯୋଜକ ଡ଼କ୍ଟର ଗ୍ରେସ.ବି ମୁଣ୍ଡ୍, ଉଭୟ ମାଆ ଓ ଶିଶୁଙ୍କ ପୃଷ୍ଟିକର ଖାଦ୍ୟ ଗ୍ରହଣ ଗୁରୁତ୍ବପୂର୍ଣ୍ଣ ବୋଲି ପ୍ରକାଶ କରିଥିଲେ।

ଏହି କାର୍ଯ୍ୟକ୍ରମକୁ ବିଗତ ଏକ ମାସ ଧରି ସମାଜସେବା ବିଭାଗର ଅଧ୍ୟାପିକା ରଶ୍ମିରେଖା ରାଉତ, ଜନସଂଖ୍ୟା ଅଧ୍ୟୟନ ବିଭାଗର ଅଧ୍ୟାପକ ସମୀର କୁମାର ଜେନା ସଂଯୋଜନା କରିଥିଲେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ‘ମାଆ ପାଇଁ ଗଛଟିଏ’ ବିଷୟବସ୍ତୁ ସହ ବିଶ୍ବବିଦ୍ୟାଳୟ ପକ୍ଷରୁ ଚାରା ବଣ୍ଟନ କାର୍ଯ୍ୟକ୍ରମ କରାଯାଇଥିଲା। ଉଭୟ ବିଭାଗର ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା, ଓ ଅଙ୍ଗନବାଡି କର୍ମୀ ପ୍ରମୁଖଙ୍କ ମିଳିତ ସହଯୋଗରେ କାର୍ଯ୍ୟକ୍ରମର ସଫଳ ରୂପାୟନ ହୋଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.