ଦୁର୍ନୀତି ନିବାରଣ ସଚେତନତା ଓ ପୁରସ୍କାର ବିତରଣ ସଭା ଅନୁଷ୍ଠିତ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): କେନ୍ଦ୍ରୀୟ ଦୁର୍ନୀତି ନିବାରଣ ଆୟୋଗ ତରଫରୁ ସମଗ୍ର ଦେଶରେ ୨୮ଅକ୍ଟୋବର ରୁ ୩ ନଭେମ୍ବର ପର୍ୟ୍ୟନ୍ତ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ଓ ପୁରସ୍କାର ବିତରଣ ସଭା ସୁବର୍ଣ୍ଣପୁର ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଉପ ଆରକ୍ଷୀ ଅଧିକ୍ଷକ ଦୁର୍ନୀତି ନିବାରଣ ବିଭାଗ ଶ୍ରୀମତୀ ରିତାଞ୍ଜଳୀ ପ୍ରଧାନ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀଯୁକ୍ତ ଅଶ୍ୱିନୀ କୁମାର ମେହେର ମୁଖ୍ୟ ଅତିଥିଭାବେ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ଉପଜିଲ୍ଲାପାଳ ସୋନପୁର ସୌମ୍ୟାରୁପା ରଥ, ଜିଲ୍ଲା ମଙ୍ଗଳ ଅଧିକାରୀ ଅଚ୍ୟୁତାନନ୍ଦ ସିଂ ପ୍ରମୁଖ ଯୋଗ ଦେଇଥିଲେ। ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ମେହେର ସମସ୍ତଙ୍କୁ ଦୁର୍ନୀତି ବିରୁଦ୍ଧରେ ସଂଗ୍ରାମ କରିବା ପାଇଁ ଉଦ୍ଦିଷ୍ଟ ନାଗରିକ ଙ୍କ ପାଇଁ ସାଧୁତାର ଶପଥପାଠ କରାଇଥିବା ବେଳେ ଦୁର୍ନୀତି ନିବାରଣ ଉପ ନିର୍ଦେଶକ ଶ୍ରୀମତୀ ପ୍ରଧାନ ଦିବସର ତାତ୍ପର୍ଯ୍ୟ ତଥା ବିଭାଗର ଉଦ୍ଦେଶ୍ଯ ସହ ନାଗରିକଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ଉପରେ ଆଲୋକପାତ କରିଥିଲେ। ଅତିଥି ମାନେ ଦୁର୍ନୀତି କିଭଳି ଭାବରେ ଆମ ଦେଶର ପ୍ରଭୂତ କ୍ଷତି ସାଧନ କରୁଛି ଏବଂ ଏହି ବର୍ଷ ପାଇଁ ଥିବା ଥିମ୍ ସତ୍ୟନିଷ୍ଠ ସଂସ୍କୃତି ହିଁ ରାଷ୍ଟ୍ର ସମୃଦ୍ଧିର ଭିତ୍ତି ଉପରେ ନିଜ ନିଜର ମତ ରଖିଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶ୍ଵିନୀ କୁମାର ଭୋଇ କାର୍ଯ୍ୟକ୍ରମ ପରିଚାଳନା ସହ ଧନ୍ୟବାଦ ପ୍ରଦାନ କରିଥିଲେ। ଦିବସ ଅବସରରେ ସକାଳେ ଏକ ସଚେତନତା ଶୋଭା ଯାତ୍ରା କୁ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ ପତାକା ପ୍ରଦର୍ଶନ ପୂର୍ବକ ବ୍ଲକ କାର୍ଯ୍ୟାଳୟ ପରିସରରୁ ଶୁଭାରମ୍ଭ କରିଥିଲା ବେଳେ ଜିଲ୍ଲା ଶିକ୍ଷାଧିକାରୀଙ୍କ ଆନୁକୁଲ୍ୟରେ ,ତର୍କ ପ୍ରତିଯୋଗିତା, ସ୍ଲୋଗାନ ରାଇଟିଂ ଭଳି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହାର କୃତି ପ୍ରତିଯୋଗୀମାନେ ଅତିଥି ମାନଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ। ଅପରାହ୍ନ ରେ ସ୍ଥାନୀୟ ସୋନପୁର କଲେଜ ଠାରେ ଅଧ୍ୟାପକ, ଛାତ୍ର ଛାତ୍ରୀ ଙ୍କୁ ନେଇ ଦୁର୍ନୀତି ନିବାରଣ ବିଭାଗ ଓ କଲେଜ କତୃପକ୍ଷ ଙ୍କ ଆନୁକୂଲ୍ୟରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଙ୍କ ଅଧ୍ୟକ୍ଷତାରେ ଦୁର୍ନୀତି ମୁକ୍ତ ଅଭିଯାନ ପରିପ୍ରେକ୍ଷୀରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ସପ୍ତାହ ବ୍ୟାପୀ ଚାଲିଥିବା ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଦୁର୍ନୀତି ନିବାରଣ ବିଭାଗର ସମସ୍ତ କର୍ମଚାରୀ ସହାୟତା କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.