ଫକୀରମୋହନ ବିଶ୍ବବିଦ୍ୟାଳୟରେ ଅନୁଷ୍ଠିତ ହେଲା ଆନ୍ତଃମହାବିଦ୍ୟାଳୟ ଭଲିବଲ ଟୁର୍ଣ୍ଣାମେଣ୍ଟ

୧୯ ନଭେମ୍ବରରେ ହେବାକୁଥିବା ଇଷ୍ଟ୍ ଜୋନ୍ ଆନ୍ତଃବିଶ୍ବବିଦ୍ୟାଳୟ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବାର ସୁଯୋଗ ପାଇବେ

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ବିଶ୍ବବିଦ୍ୟାଳୟର କ୍ରୀଡା ପରିଷଦ ଦ୍ବାରା ଏକ ଦିନିକିଆ ଆନ୍ତଃମହାବିଦ୍ୟାଳୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି।

Omkar Vasthu
Omkar Vasthu

ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ଦ୍ବାରା ଏହି ଟୁର୍ଣ୍ଣାମେଣ୍ଟର ଆନୁଷ୍ଠାନିକ ଶୁଭାରମ୍ଭ କରାଯାଇଥିଲା। ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରା ଓ ପିଇଓ ସଂଗ୍ରାମ ବିଶୋଇଙ୍କ ଉପସ୍ଥିତିରେ ୧୫ଟି ଦଳର ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇ ଶୃଙ୍ଖଳାର ସହିତ ଖେଳିବା ପାଇଁ କୁଳପତି ପ୍ରଫେସର ତ୍ରିପାଠୀ ସମସ୍ତଙ୍କୁ ଉତ୍ସାହିତ କରିଥିଲେ। ସୂଚନାଯୋଗ୍ୟ ଯେ, ୧୫ ଅଂଶ ଗ୍ରହଣକାରୀ ମହାବିଦ୍ୟାଳୟମାନଙ୍କ ମଧ୍ଯରେ ୧୪ଟି ମ୍ୟାଚ୍ ଖେଳାଯିବ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଏଥିରୁ ଖେଳାଳି ଚୟନ କରାଯାଇ ଆସନ୍ତା ୧୯ ନଭେମ୍ବରରେ ବାରିପଦା ସ୍ଥିତ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହେବାକୁ ଯାଉଥିବା ଆନ୍ତଃବିଶ୍ବବିଦ୍ୟାଳୟ ଭଲିବଲ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବାର ସୁଯୋଗ ଲାଭ କରିବେ। କ୍ରୀଡ଼ା ପରିଷଦର ନିର୍ଦ୍ଦେଶକ ଡ଼କ୍ଟର ପବିତ୍ର ମୋହନ ନାୟକ, ଉପନିର୍ଦ୍ଦେଶକ ଡ଼କ୍ଟର ଅମିତ କୁମାର ଶର୍ମା ଓ ପିଇଓ ସଂଗ୍ରାମ ବିଶୋଇଙ୍କ ତତ୍ତ୍ବାବଧାନରେ ଏହି ଟୁର୍ଣ୍ଣାମେଣ୍ଟଟି ପରିଚାଳିତ ହୋଇଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.