ନର୍ଲା ତ୍ରିନାଥ ମନ୍ଦିରରେ ପଞ୍ଚୁକ ବ୍ରତ ଓ ହବିଶ୍ୟ ସେବନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ଅନେକ ଗ୍ରାମରେ ଚାଳିଛି ପଞ୍ଚୁକ କାର୍ତ୍ତିକ ବ୍ରତ ପାଳନ। ହବିଶ୍ୟାଳୀ ମାନେ ବଡ଼ି ଭୋରରୁ ବୁଡ଼ ପକାଇ ବ୍ରତରେ କାର୍ତ୍ତିକ ମାହାତ୍ମ୍ୟ ପୁରାଣ କଥା ଶ୍ରବଣ, ହବିଷ ଅନ୍ନ ସେବନ କରି କାର୍ତ୍ତିକ ବ୍ରତ ପାଳନ କରୁଥିବା ଦେଖିବାକୁ ମିଳୁଛି। ଏହି କ୍ରମରେ ନର୍ଲା ତ୍ରିନାଥ ମନ୍ଦିରରେ ତ୍ରିନାଥ କମିଟି ତରଫରୁ ସଭାପତି ପ୍ରସିଦ୍ଧ ସଙ୍କୀର୍ତ୍ତନ ଗୁରୁ ବିଜୟ କୁମାର ପଣ୍ଡା, ସମ୍ପାଦକ ସତ୍ୟବାନ ମାରାଣ୍ଡି, କୋଷାଧ୍ୟକ୍ଷ ପ୍ରଦୀପ ହଂସ(ବଡ) ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବିଶେଷ ଭାବରେ ଚାଲିଛି ପଞ୍ଚୁକ ପୂଜା ଓ ସାମୁହିକ ହବିଶ୍ୟ ଅନ୍ନ ପ୍ରସାଦ ସେବନ।

Omkar Vasthu
Omkar Vasthu

ତ୍ରିନାଥ କମିଟିର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଛନ୍ତି। ଏନେଇ କାର୍ତ୍ତିକ ପଞ୍ଚୁକ ବ୍ରତ ପାଇଁ ସୋମବାର ସକାଳ ୭ ଘଣ୍ଟା ସମୟରେ ରାଣୀ ବନ୍ଧରୁ ଭବ୍ୟ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଶୁକ୍ରବାର କାର୍ତ୍ତିକ ପୂର୍ଣ୍ଣିମା ଦିନ ସକାଳେ ଏହାର ପୂର୍ଣ୍ଣାହୂତି ପଡିବ ବୋଲି ଜଣାପଡ଼ିଛି। ପଞ୍ଚୁକ ପୂଜାରେ ଗୌତମ ଚିନ୍ଦା ଓ ତାଙ୍କ ଧର୍ମପତ୍ନୀ ଇନ୍ଦୁମତୀ ଚିନ୍ଦା କର୍ତ୍ତା ଭାବରେ ଦାୟୀତ୍ବ ନିର୍ବହାନ କରୁଥିବା ବେଳେ ପୂଜକ ଭାବରେ ବ୍ରହ୍ମା ପଣ୍ଡିତ ରାମଚନ୍ଦ୍ର ପାଢ଼ୀ ପୂଜନ କାର୍ଯ୍ୟ ସମ୍ପାଦନ କରୁଛନ୍ତି। ପ୍ରତ୍ୟହ ମଧ୍ୟାହ୍ନ ୧୨ ଘଣ୍ଟା ସମୟରେ ସାମୁହିକ ହବିଶ୍ୟ ଅନ୍ନପ୍ରସାଦ ସେବନ କାର୍ଯ୍ୟକ୍ରମ ଚାଲିଛି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଏଥିରେ ସ୍ଥାନୀୟ ୪୦୦ ରୁ ଉର୍ଦ୍ଧ୍ବ ଭକ୍ତ ଅନ୍ନ ପ୍ରସାଦ ସେବନ କରୁଥିବା ଦେଖିବାକୁ ମିଳୁଛି। ପ୍ରତ୍ୟହ ଜଣେ ଜଣେ ଭକ୍ତ ଅନ୍ନ ପ୍ରସାଦ ଭୋଗ ପ୍ରଦାନ କରୁଥିବା ସୂଚନା ମିଲିଛି। ସୋମବାର ଆରମ୍ଭ ଦିନ ଭକ୍ତ ନରେନ୍ଦ୍ର ଶଗଡ଼ିଆ(ସାନଟା), ମଙ୍ଗଳବାର ଦ୍ଵିତୀୟ ଦିନ କର୍ତ୍ତା ଗୌତ୍ତମ ଚିନ୍ଦା, ଆଜି ତୃତୀୟ ଦିନ ନର୍ଲା ପଣ୍ଡା ପରିବାର ତରଫରୁ ଅନ୍ନ ଭୋଗ ପ୍ରଦାନ କରାଯାଇଥିଲା।

ଗୁରୁବାର ନର୍ଲା ଥାନା ତରଫରୁ ଓ ଶୁକ୍ରବାର ପୂର୍ଣିମା ଦିନ ସଞ୍ଜୁ ଅଗ୍ରୱାଲା ଓ କ୍ରୀଷ୍ଣା ଷ୍ଟିଲ(ପିଣ୍ଟୁ) ଅନ୍ନଭୋଗ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଥିବା କମିଟି ସୂତ୍ରରୁ ଜଣା ପଡ଼ିଛି। ଭକ୍ତ ସଞ୍ଜୟ କୁମାର ପଣ୍ଡା, ଆଶିଷ ପଣ୍ଡା, କୁନୁ ପ୍ରଧାନୀ, ବୁଲୁ ବିଶୋଇ, ପିଣ୍ଟୁ କମାନୀ, ସିଦ୍ଧୁ ସାହୁ, ରମେଶ ଗୌଡ, ବଡ ହଂସ ପ୍ରମୁଖ ଏଥିରେ ବିଶେଷ ଦାୟୀତ୍ବ ନିର୍ବାହନ କରୁଥିବା ଜଣା ପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.