ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦ୍ଵାଦଶୀ ତଥା ତୁଳସୀ ବିବାହ ଉପଲକ୍ଷେ ସମସ୍ତ ରୀତିନୀତି ଅନୁଯାୟୀ ଶ୍ରୀ ଶ୍ରୀ ଜଗନ୍ନାଥ, ମହାଲକ୍ଷ୍ମୀ ଓ ତୁଳସୀ ଦେବୀ ଙ୍କ ଠାରେ ଶ୍ରୀ ଜଗନ୍ନାଥ ପରିଚାଳନା କମିଟି ତରଫ ରୁ ଆଜି ଦିବା ୧୨.୩୦ ମି. ସମୟ ରେ ଛପନ ଭୋଗ ଲାଗି କରାଯାଇଛି । ତା ପରେ ଅନ୍ନ ଭୋଗ ଲାଗି କରାଗଲା।
ହଜାର ହଜାର ଭକ୍ତ ମହାପ୍ରଭୁ ଙ୍କ ଛପନ ଭୋଗ ଦର୍ଶନ କରି ବିଭୁ କୃପଲଭ ର ସୁଯୋଗ ପାଇଥିଲେ ଏବଂ ଅନ୍ନ ପ୍ରସାଦ ସହିତ ଛପନ ଭୋଗ ପାଇଥିଲେ। ମାନ୍ୟବର ନର୍ଲା ବିଧାୟିକା ମନୋରମା ମହାନ୍ତି ଯୋଗ ଦେଇ ଛପନ ଭୋଗ ଦର୍ଶନ କରିଥିଲେ। ମନ୍ଦିର ପରିଚାଳନା କମିଟି ର କେଦାର ମହାରଣା ଓ ପ୍ରକାଶ ଚନ୍ଦ୍ର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ରେ କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିଲା।
ମନ୍ଦିର ପୂଜକ ଅଶୋକ ତ୍ରିପାଠୀ, ତ୍ରିଲୋଚନ ଦାସ ଓ ଯୁଗଳ କିଶୋର ପ୍ରହରାଜ ପୂଜା ରେ ନିୟୋଜିତ ଥିବା ବେଳେ ସମସ୍ତ ହବିଶିଆଲି , ଜଗନ୍ନାଥ ସାହୁ, କେଦାର ମହାରଣା, ପ୍ରକାଶ ଚନ୍ଦ୍ର ସାହୁ, ନବୀନ ଅଗ୍ରୱାଲ, ସୁବାସ ପଣ୍ଡା, ସୁରେନ୍ଦ୍ର ସାହୁ, ଧୀରେନ୍ଦ୍ର, ଶିବ,ସତ୍ୟ, ବିନୋଦ, କୃଷ୍ଣ, ଆକାଶ ତ୍ରିପାଠୀ, ପ୍ରଶାନ୍ତ ସାମନ୍ତରା, ସନ୍ତୋଷ ପାଣିଗ୍ରାହୀ ପ୍ରମୁଖ ସହଯୋଗ କରିଥିଲେ।
ଶାନ୍ତିଶୃଙ୍ଖଳା ର ସହିତ ମହାପ୍ରଭୁଙ୍କ ଛପନ ଭୋଗ କାର୍ଯ୍ୟକ୍ରମ ସମାପନ ହୋଇଥିବାରୁ ମନ୍ଦିର ପରିଚାଳନା କମିଟି ର ସମ୍ପାଦକ ସମସ୍ତଙ୍କୁ ଧନ୍ୟବାଦ ଦେବା ସହିତ କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ତା ୧୫-୧୧-୨୪ ରିଖ ପ୍ରାତଃ ୪.୪୫ ମି଼. ରେ ହେବାକୁ ଥିବା ଦୀପ ଯଜ୍ଞ ରେ ସକ୍ରିୟ ସହଯୋଗ ପାଇଁ ଅନୁରୋଧ କରିଥିଲେ।