ମଦ ମୁକ୍ତି ଯୁବ ବାହିନୀ ତରଫରୁ ନବକୃଷ୍ଣ ଚୌଧୁରୀଙ୍କ ଜୟନ୍ତୀ ପାଳିତ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲା ବୀରମହରାଜପୁର ମହାବିଦ୍ୟାଳୟ ପରିସରରେ ମଦମୁକ୍ତି ଯୁବ ବାହିନୀ ଓଡିଶା ସୁବର୍ଣ୍ଣପୁର ଶାଖା ତରଫରୁ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଙ୍କ ଜନ୍ମ ଜୟନ୍ତୀ ପାଳନ ସହ ରାଜ୍ୟକୁ ସମ୍ପୂର୍ଣ ମଦମୁକ୍ତ ସହ ସଶକ୍ତ ନିଶା ନିବାରଣ ଆଇନ ଲାଗୁ କରିବାକୁ ଏକ ଦସ୍ତଖତ ଅଭିଯାନ ଆରମ୍ଭ କରାଯାଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ଚୌଧୁରୀ ଥିବା ସମୟରେ ଓଡିଶା ନିଶା ନିବାରଣ ଆଇନ ୧୯୫୬ ବିଧାନସଭାରେ ଆଗତ କରାଇଥିଲେ କିନ୍ତୁ ପରବର୍ତୀ ସମୟରେ ଏହି ଆଇନକୁ କାର୍ଯ୍ୟକାରୀ କରାଗଲାନାହିଁ। ଫଳରେ ଆଜି ର ସମାଜ ନିଶା କବଳରେ କବଳିତ ହୋଇ ନାରୀ ନିର୍ଯାତନା, ରାସ୍ତା ଦୁର୍ଘଟଣା, ଅକାଳ ମୃତ୍ୟୁ, ଅପରାଧ ଚରମ ସୀମାରେ ପହଞ୍ଚିଛି ତେଣୁ ମଦକୁ ସମ୍ପୂର୍ଣ ବନ୍ଦ କଲେ ସୁସ୍ଥ ସମାଜ ଗଠନ ହୋଇପାରିବ। କାର୍ଯ୍ୟକ୍ରମରେ ଜିଲ୍ଲା ସଂଯୋଜକ ସୁଦାମ ଗାଈଗରିଆ ଯୋଗ ଦେଇ ଶ୍ରୀ ଚୌଧୁରୀଙ୍କ ନିତୀ ଆଦର୍ଶ ବିଷୟରେ ଆଲୋଚନା କରିବା ସହ ଓଡିଶା ସରକାର ସଂଗ୍ରହ କରୁଥିବା ଅବକାରୀ ରାଜସ୍ବ ତୁଳନାରେ ଅଧିକ କ୍ଷତି ହେଉଥିବା ସୂଚନା ସହ ଟେକଚନ୍ଦ କମିସନଙ୍କ ତଥ୍ୟ ଉପସ୍ଥାପନା କରିଥିଲେ। ମଦ ମୁକ୍ତି ଯୁବବାହିନୀର ଅନ୍ୟତମ ସଦସ୍ୟ ରାମେଶ୍ୱର ବଡ଼ମାଳୀ ଯୁବପିଢ଼ି ନିଶା ଠାରୁ ଦୁରେଇ ରହିବାକୁ ଆହ୍ୱାନ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ଏକ ପ୍ରଶ୍ନତ୍ତରୀ କାର୍ଯ୍ୟକ୍ରମ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଶେଷରେ ଏନସିସି ଛାତ୍ର ସତ୍ୟସାଇ ମହାକୁର ଧନ୍ୟବାଦ ଅର୍ପଣ କରିଥିବାବେଳେ ମିତ୍ରଭାନୁ ମଲ୍ଲିକ ଓ ବିଶ୍ୱମ୍ବର ସାହୁ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.