ଅବ୍ୟବସ୍ଥା ଘେରରେ ସୁବର୍ଣ୍ଣପୁର ବସ୍ ଷ୍ଟାଣ୍ଡ

ଯାତ୍ରୀ ଅସନ୍ତୋଷ ପହଞ୍ଚିଛି ଚରମ ସୀମାରେ : ସୁଧାର ପାଇଁ ବ୍ୟବସ୍ଥା ହେଉ

ସୋନପୁର,୧୮/୭ : ରାଜ୍ୟ ସରକାରଙ୍କ ଭିନ୍ନଭିନ୍ନ ଯୋଜନା ସହ କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ଭାରତ ଅଭିଯାନ ଆଜି ପ୍ରହେଳିକା ପରି ମନେ ହେଉଛି । ସତେ ଯେମିତି ସମସ୍ତ ଯୋଜନା ନଥିପତ୍ରରେ ସୀମିତ ହୋଇ ରହିଛି । ତା’ର ଜ୍ୱଳନ୍ତ ଉଦାହରଣ ହେଉଛି ସୁବର୍ଣ୍ଣପୁର ବସ୍ ଷ୍ଟାଣ୍ଡରେ ପରିଲକ୍ଷିତ ହେଉଛି । କୁଢକୁଢ ଅଳିଆ ଆବର୍ଜନା ପୂର୍ଣ୍ଣ ବସଷ୍ଟାଣ୍ଡ ସତେ ଯେମିତି ଅଳିଆ ଗଦା ପରି ମନେ ହେଉଛି । ବସ୍ ଷ୍ଟାଣ୍ଡରେ ଯାତ୍ରୀଙ୍କ ନିମନ୍ତେ ବିଶ୍ରାମାଗାର ନାମକୁ ମାତ୍ର ଅଛି । ତାହା ଅସାମାଜିକ ଲୋକଙ୍କ ଆଡ୍ଡା ସ୍ଥଳି ପାଲଟିଛି । ତାହା ପାଶ୍ୱରେ ଥିବା ଅଳିଆ ଗଦା କଥା କହିଲେ ନସରେ । ପିଇବାପାଣି ଯାହାକି ଯାତ୍ରୀମାନଙ୍କର ନିତାନ୍ତ ଆବଶ୍ୟକ ତାହା ଠିକ ଭାବେ ମିଳିପାରୁନାହିଁ । ପୈାର ପରିଷଦ ପକ୍ଷରୁ ବିଜୁଳି ବ୍ୟବସ୍ଥା କରାଯାଇଥିଲେ ହେଁ କିଛି ଜାଗାରେ ରାତିରେ ଅନ୍ଧାର ରହୁଛି ତାହା ମଧ୍ୟ ପୈାର ପରିଷଦ କୁ ଦେଖିକି ନ ଦେଖିଲା ପରି । ଆଜି ପର୍ଯ୍ୟନ୍ତ ପୈାର ପରିଷଦ ପକ୍ଷରୁ ଯାତ୍ରୀଙ୍କ ପାଇଁ ମଗଣା ଶୌଚାଳୟ ଟିଏ ମଧ୍ୟ ହୋଇପାରିଲା ନାହିଁ । ପ୍ରତିଦିନ ବସଷ୍ଟାଣ୍ଡରୁ ୫୦ ରୁ ୧୦୦ ବସ୍ ଯାତାୟାତ କରିଥାଏ । ଏଠାରୁ ରାଜଧାନି ଠାରୁ ଆରମ୍ଭ କରି ବଲାଙ୍ଗୀର, ବୈାଦ୍ଧ, ସମ୍ବଳପୁର, ବରଗଡ, କଂଟାମାଳ, ବିରମହାରାଜପୁରକୁ ଯାତ୍ରା କରୁଥିବା ହଜାର ହଜାର ଯାତ୍ରୀଙ୍କ ଗମନାଗମନର କେନ୍ଦ୍ରବିନ୍ଦୁ ଏହି ବସଷ୍ଟାଣ୍ଡ । ହେଲେ ଏପରି ଅବ୍ୟବସ୍ଥାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଚରମ ସୀମାରେ ପହଞ୍ଚିଛି । ତ୍ରୁନ୍ତ ଏହିସବୁ ଅସୁବିଧାକୁ ସରକାର ସମାଧାନ କରନ୍ତୁ ବୋଲି ଯାତ୍ରୀ ଓ ବୁଦ୍ଧିଜୀବି ମହଳରେ ଚର୍ଚ୍ଚା ଓ ଦାବି ହେଉଛି ।

 

ସୋନପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ କୁମାର ସାହୁଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.