ବ୍ରଜବିହାରରେ ୪୦ତମ ବାର୍ଷିକ କ୍ରୀଡା ମହୋତ୍ସବ ଉଦଘାଟିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): ଭବାନୀପାଟଣା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ବ୍ରଜବିହାରର ୪୦ତମ ବାର୍ଷିକ କ୍ରୀଡା ମହୋତ୍ସବ ଉଦଘାଟିତ ହୋଇଯାଇଛି। ମହୋତ୍ସବର ପ୍ରଥମ ଦିବସରେ ସର୍ବ ବିଭାଗ ପ୍ରମୁଖ ଅନୁଷ୍ଠାନର ପ୍ରଧାନାଚାର୍ଯ୍ୟ ମନୋଜ କୁମାର ମୁଣ୍ଡ ଏବଂ କ୍ରୀଡା ପ୍ରମୁଖ ସୁରେଶ ସାହୁଙ୍କ ତତ୍ୱାବଧାନରେ ବିଭିନ୍ନ ପ୍ରତିଯୋଗିତା ପରିଚାଳିତ ହୋଇଥିଲା।

ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ପୂର୍ବତନ କଳାହାଣ୍ଡି ଶାରୀରିକ ଶିକ୍ଷା ନିରୀକ୍ଷକ ମହେନ୍ଦ୍ର କୁମାର ପଣ୍ଡା ମୁଖ୍ୟ ଅତିଥି ଭାବରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସମ୍ମାନିତ ଅତିଥି ଭାବରେ ମଞ୍ଚାସୀନ ଥିଲେ ପରିଚାଳନା କମିଟିର ସଭାପତି ଦୀନବନ୍ଧୁ ମୁଣ୍ଡ। ପୂର୍ଵ ବର୍ଷ ଚାମ୍ପିୟନ ମନେଶ କୁମାର ଶବରଙ୍କ ଦ୍ୱାରା ଶପଥପାଠ ଓ କ୍ରୀଡା ଜ୍ୟୋତି ପ୍ରଜ୍ବଳନ ହୋଇଥିଲା ମୁଖ୍ୟଅତିଥିଙ୍କ ଦ୍ୱାରା।

ଅୟସକାନ୍ତ ପତି ସ୍ତୋତ୍ର ପାଠ କରିଥିବା ବେଳେ ପରିଚୟ ପ୍ରଦାନ କରିଥିଲେ ବିଦ୍ୟାମନ୍ଦିର ପ୍ରମୁଖ ସୁଧୀର ନେଗୀ ଏବଂ ଧନ୍ୟବାଦ ଦେଇଥିଲେ ଶିଶୁମନ୍ଦିର ପ୍ରମୁଖ ମନୋଜ କୁମାର ନାୟକ। ପ୍ରଥମରୁ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.